ଓଡିଶା

odisha

ETV Bharat / bharat

ଧଳା ଚାଦର ତଳେ ବାବା କେଦାରନାଥ, ଦେଖନ୍ତୁ ମନଲୋଭା ଫଟୋ - କେଦାରନାଥଙ୍କର ଶୃଙ୍ଗାର କରୁଛି ପ୍ରକୃତି

ଦେବଭୂମିରେ ପ୍ରବଳ ତୁଷାରପାତ ହୋଇଥିବାବେଳେ ପୁରା କେଦାରନାଥ ଧାମ ବରଫ ଚାଦରରେ ଘୋଡି ହୋଇଛି ।

Dehradun News
କେଦାରନାଥଙ୍କର ଶୃଙ୍ଗାର କରୁଛି ପ୍ରକୃତି

By

Published : Feb 2, 2020, 11:31 PM IST

ଡେରାଡୁନ: ଅତ୍ୟନ୍ତ ମନରୋମ ଦୃଶ୍ୟ । ଦେଖିଲେ ଲାଗୁଛି ସତେ ଯେମିତି ଧଳା ଚାଦର ପୁରା ଅଞ୍ଚଳକୁ ଘୋଡେଇ ଦେଇଛି । ଏ ହେଉଛି ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ଚାରିପାଖର । ଦେବଭୂମିରେ ପ୍ରବଳ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଯାହା ଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି ।

ମନ୍ଦିରଠୁ ଆରମ୍ଭ କରି ମନ୍ଦିର ଚତୁଃପାର୍ଶ୍ବରେ ଥିବା ଛୋଟ ବଡ ବିଲ୍ଡିଂ ଗୁଡିକ ବରଫ ପାତରେ ଘୋଡି ହୋଇଯାଉଛି । ବାବା ଭୋଲେନାଥଙ୍କ ଏହି ଧାମର ଦୃଶ୍ୟ ସମସ୍ତଙ୍କ ମନ ମୋହୁଛି । ଯେମିତି ଲାଗୁଛି ପ୍ରକୃତି ପ୍ରଭୁ କେଦାରନାଥଙ୍କର ଶୃଙ୍ଗାର କରୁଛି । କେଦାରନାଥ ବାହାରେ ଥିବା ନଦୀ ଗୁଡିକ ମଧ୍ୟ ବରଫରେ ଢାଙ୍କି ହୋଇଯାଇଛି । ତେବେ ଏଠାରେ କହି ରଖୁଛୁ ଯେ ଏହି ସମୟରେ କେଦାରନାଥ ଧାମର କବାଟ ବନ୍ଦ ରହିଛି । ପୌରାଣିକ କଥା ଅନୁଯାୟୀ ଏଠାରେ 6 ମାସ ଦେବତା ଓ 6 ମାସ ମଣିଷମାନେ ଏଠାରେ ପୂଜା କରିଥାନ୍ତି ।

ABOUT THE AUTHOR

...view details