ଓଡିଶା

odisha

ETV Bharat / bharat

ଚୀନ ବିରୋଧରେ ଆନ୍ତର୍ଜାତିକ କୋର୍ଟରେ ମାମଲା ରୁଜୁ କରିବେ ଭାରତୀୟ ଓକିଲ - case against china

ପୁରା ବିଶ୍ବରେ କୋରୋନା ଭାଇରସ ବିସ୍ତାର କରିଥିବା ଅଭିଯୋଗରେ ନେଦରଲାଣ୍ଡ ସ୍ଥିତ ଆନ୍ତର୍ଜାତିକ କୋର୍ଟରେ ମାମଲା ରୁଜୁ କରିବେ ଜଣେ ଭାରତୀୟ ଆଇନଜୀବୀ ।

 ଆନ୍ତର୍ଜାତିକ କୋର୍ଟ
ଆନ୍ତର୍ଜାତିକ କୋର୍ଟ

By

Published : Jun 29, 2020, 3:43 PM IST

ନୂଆଦିଲ୍ଲୀ: ବିଶ୍ବରେ କୋରୋନା ଭାଇରସ ବିସ୍ତାର କରିଥିବା ଅଭିଯୋଗରେ ନେଦରଲାଣ୍ଡ ସ୍ଥିତ ଆନ୍ତର୍ଜାତିକ କୋର୍ଟରେ ମାମଲା ରୁଜୁ କରିବେ ଜଣେ ଭାରତୀୟ ଆଇନଜୀବୀ । ଧର୍ମଶାଳାର ଅଧିବକ୍ତା ବିଶ୍ବ ଚକ୍ଷୁ ଏନେଇ ନେଦରଲାଣ୍ଡ କୋର୍ଟ ଅଫ ଜଷ୍ଟିସକୁ ଚିଠି ଲେଖି ଅନୁମତି ମାଗିଛନ୍ତି । ହିମାଚଳ ପ୍ରଦେଶ ଧର୍ମଶାଳାର ଓକିଲ ଜଣକ ନେଦରଲାଣ୍ଡ କୋର୍ଟରେ ଏହି ପ୍ରସଙ୍ଗ ଉଠାଇଛନ୍ତି ।

ତେବେ ଏହି ଚିଠିରେ ଲେଖାଯାଇଛି, କୋରୋନା ଭାଇରସ ମହାମାରୀ ପୁରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । ଦେଶରେ କୋରୋନା ଯୋଗୁଁ ଅନେକ ସମସ୍ୟା ଉପୁଜିଛି । ତେଣୁ ଏହି ଭାଇରସର ସୃଷ୍ଟିକର୍ତ୍ତା ଚୀନ ବିରୋଧରେ ମାମଲା ରୁଜୁ କରିବାର ଅନୁମତି ମିଳୁ ବୋଲି ସେ ଚିଠିରେ ଲେଖିଛନ୍ତି । ତେବେ ନେଦରଲାଣ୍ଡ କୋର୍ଟରେ ଏହାର ଅନୁମତି ମିଳିଲେ ଚୀନ ବିରୋଧରେ ଏହି ମାମଲା ଆନ୍ତର୍ଜାତିକ କୋର୍ଟରେ ହିଁ ଚାଲିବ ।

ସେ ନିଜ ଚିଠିରେ ଆହୁରି ଲେଖିଛନ୍ତି ଯେ, ଚୀନ କୋରୋନା ଭାଇରସ ଦ୍ବାରା ପୁରା ବିଶ୍ବକୁ ସଙ୍କଟରେ ପକାଇଛି । ଏବେସୁଦ୍ଧା କୋରୋନା ଭାଇରସରେ ବିଶ୍ବର ପ୍ରାୟ 1 କୋଟିରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିସହ 5 ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଜୀବନ ହାରିଛନ୍ତି । ଭାରତରେ ମଧ୍ୟ ଏହାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ସେ କହିଛନ୍ତି । ଦେଶରେ 5 ଲକ୍ଷରୁ ଉର୍ଦ୍ଧ୍ବ ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିସହ 16 ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇସାରିଥିବା ସେ କହିଛନ୍ତି ।

ଏସବୁ ପାଇଁ ଚୀନ ଦାୟୀ ବୋଲି ଆଇନଜୀବୀ କହିଛନ୍ତି । ସେ କହିଛନ୍ତି, ଚୀନ ବିରୋଧରେ ମାମଲା ରୁଜୁ କରିବାକୁ ଆନ୍ତର୍ଜାତିକ କୋର୍ଟର ଅନୁମତି ମାଗିଛି । ଯଦି ଅନୁମତି ମିଳେ ତାହାଲେ ଭାରତ ପକ୍ଷରୁ ମୁଁ ମାମଲା ରୁଜୁ କରିବି ବୋଲି ସେ କହିଛନ୍ତି । ତେବେ ନିଜ ଚିଠିର କପି ସର୍ବୋଚ୍ଚ ନ୍ୟାୟାଳୟ, ଭାରତ ସରକାର, ହିମାଚଳ ପ୍ରଦେଶ ହାଇକୋର୍ଟ ଏବଂ ହିମାଚଳ ପ୍ରଦେଶ ସରକାରଙ୍କୁ ପଠାଇଥିବା ସେ କହିଛନ୍ତି ।

ABOUT THE AUTHOR

...view details