ଓଡିଶା

odisha

ETV Bharat / bharat

ନିର୍ଭୟା ଦୋଷୀଙ୍କୁ କ୍ଷମା କରିଦିଅ: ବରିଷ୍ଠ ଓକିଲ ଇନ୍ଦିରା ଜୟସିଂ - ବରିଷ୍ଠ ଓକିଲ ଇନ୍ଦିରା ଜୟସିଂ

ବରିଷ୍ଠ ଓକିଲ ଇନ୍ଦିରା ଜୟସିଂଙ୍କ ବିବାଦୀୟ ବୟାନ । ନିର୍ଭୟା ଦୋଷୀଙ୍କୁ କ୍ଷମା କରିବାକୁ ନିର୍ଭୟାଙ୍କ ମା'ଙ୍କୁ କଲେ ଅପିଲ । ଅଧିକ ପଢନ୍ତୁ...

2012 Delhi gang-rape
ନିର୍ଭୟା ଦୋଷୀଙ୍କୁ କ୍ଷମା କରିଦିଅ; ବରିଷ୍ଠ ଓକିଲ ଇନ୍ଦିରା ଜୟସିଂ

By

Published : Jan 18, 2020, 12:11 PM IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କୁ କ୍ଷମା କରିବାକୁ ବରିଷ୍ଠ ଓକିଲ ଇନ୍ଦିରା ଜୟସିଂ ନିର୍ଭୟାଙ୍କ ମା'ଙ୍କୁ ଅପିଲ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ ମୃତ୍ୟୁ ଦଣ୍ଡ ମାଗ ନାହିଁ । ବରଂ ସୋନିଆ ଗାନ୍ଧୀଙ୍କ ଉଦାହରଣକୁ ଫଲୋ କର । ଯିଏ କି ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀକୁ କ୍ଷମା କରିଦେଇଥିଲେ ।

ଇନ୍ଦିରା ଜୟସିଂଙ୍କ ଏହି ବୟାନରେ ଖପ୍ପା ନିର୍ଭୟାଙ୍କ ମା' ଆଶା ଦେବୀ । ସେ କହିଛନ୍ତି ଏମିତି ଉପଦେଶ ଦେବାକୁ ଇନ୍ଦିରା ଜୟସିଂ କିଏ ? କେବଳ ଆମେ ନୁହେଁ ସାରା ଦେଶ ଦୋଷୀକୁ ଫାଶୀ ଚାହୁଁଛି । ଇନ୍ଦିରାଙ୍କ ଭଳି କିଛି ଲୋକଙ୍କ ପାଇଁ ଦୁଷ୍କର୍ମ ପୀଡିତାଙ୍କ ସହ ନ୍ୟାୟ ହେଉନାହିଁ । ବିଶ୍ବାସ ହେଉନି ଯେ ସେ ଏପରି ଏକ ପ୍ରସ୍ତାବ ଦେଇପାରୁଛନ୍ତି । ସୁପ୍ରିମ କୋର୍ଟରେ ମୁଁ ତାଙ୍କ ସହ ଅନେକ ଥର ସାକ୍ଷାତ କରିଛି । ସେ ଥରେ ବି ମୋ ବିଷୟରେ ଭାବିଲେ ନାହିଁ । ବରଂ ଦୋଷୀମାନଙ୍କ ପାଇଁ କହୁଛନ୍ତି । ଏହିଭଳି ଲୋକମାନେ ଦୁଷ୍କର୍ମକାରୀଙ୍କୁ ସମର୍ଥନ କରି ଦୁଷ୍କର୍ମକୁ ପ୍ରୋତ୍ସାହନ ଦେଉଛନ୍ତି । ଏହି ମାନଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଦୁଷ୍କର୍ମ ଭଳି ଘଟଣା ବନ୍ଦ ହେଉନାହିଁ ।

ଏଠାରେ ସୂଚନା ଥାଉ ଯେ, ନିର୍ଭୟା ଦୋଷୀଙ୍କୁ ଆସନ୍ତା 22 ତାରିଖରେ ଫାଶୀ ହେବାର ଥିଲା । କିନ୍ତୁ ତାରିଖ ଘୁଞ୍ଚାଇ ଫେବୃଆରୀ 1 ସକାଳ 6ଟାରେ ଫାଶୀ ଦିଆଯିବ ବୋଲି ଦିଲ୍ଲୀ କୋର୍ଟ ସ୍ପଷ୍ଟ କରିଛନ୍ତି । ଏପଟେ ଦୋଷୀ ପବନ ଗୁପ୍ତା ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି । ନିର୍ଭୟା ମାମଲାର ଦୋଷୀ ପବନ ଗୁପ୍ତା ନିଜକୁ ଘଟଣା ଘଟିଥିବା ସମୟରେ ନାବାଳକ ଥିବା ଦାବି କରି ସୁପ୍ରିମକୋର୍ଟରେ ସ୍ପେଶାଲ ଲେବଲ ପିଟିସନ ଦାଖଲ କରିଛି। ଦିଲ୍ଲୀ ହାଇକୋର୍ଟର 19 ଡିସେମ୍ବର ରାୟକୁ ଚ୍ୟାଲେଞ୍ଜ କରି ଏହି ପିଟିସନ ଦାଖଲ କରିଛି ପବନ । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ପବନର ଏହି ଅପିଲକୁ ଖାରଜ କରିସାରିଛନ୍ତି ।

ABOUT THE AUTHOR

...view details