ନୂଆଦିଲ୍ଲୀ: ନିର୍ବାଚନ ପାଇଁ ଚାଲିଛି ଭୋଟ ଗଣତି । ବିଜେପି ସାବ୍ୟସ୍ତ କରିଛି ବହୁମତ । ବିଜେପିର ଏହି ଐତିହାସିକ ବିଜୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ବିଜେପି କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।
ଶିଷ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ଗୁରୁ - ବିଜେପି
ବିଜେପିର ଏହି ଐତିହାସିକ ବିଜୟରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ନରେନ୍ଦ୍ର ମୋଦିଙ୍କ ସମେତ ସମସ୍ତ ବିଜେପି କର୍ମକର୍ତ୍ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।

ଫାଇଲ ଫଟୋ
ଆଡଭାନୀ କହିଛନ୍ତି, ନିର୍ବାଚନର ଏହି ଅଦ୍ଭୁତପୂର୍ଣ୍ଣ ବିଜୟ ଏବଂ ଭାଜପାକୁ ଆଗକୁ ବଢାଇବା ପାଇଁ ନରେନ୍ଦ୍ର ମୋଦିଙ୍କୁ ଅନେକ ଅନେକ ଶୁଭେଚ୍ଛା । ଭାଜପା ଅଧ୍ୟକ୍ଷ ଅମିତ ଭାଇ ଶାହଙ୍କ ସହ ବିଜେପି କର୍ମୀଙ୍କୁ ମଧ୍ୟ ଶୁଭେଚ୍ଛା । ଏହାସହ ସେ କହିଛନ୍ତି, ଏମିତି କାମ କରୁଥାଆନ୍ତୁ । ଆମ ଦେଶର ଭବିଷ୍ୟତକୁ ଉଜ୍ଜଳ କରାନ୍ତୁ ।