ଓଡିଶା

odisha

‘ହିନ୍ଦୁ-ମୁସଲିମଙ୍କୁ ଅଲଗା କରିବା ପାଇଁ ଲାଗୁ ହୋଇଛି ସିଏଏ’

By

Published : Jan 26, 2020, 11:41 PM IST

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଆଦନାନ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ନେଇ ସମାଲୋଚନା କରିଛନ୍ତି। ଅଧିକ ପଢନ୍ତୁ...

i congress digvijaya singh
ଫାଇଲ ଫଟୋ

ହାଇଦ୍ରାବାଦ: କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ ଗାୟକ ଆଦନାନ ସାମୀଙ୍କୁ ପଦ୍ମଶ୍ରୀ ମିଳିବା ନେଇ ସମାଲୋଚନା କରିଛନ୍ତି। ତାଙ୍କୁ ପଦ୍ମଶ୍ରୀ ଓ ନାଗରିକତା ମିଳିବାରେ ସେ ଖୁସି ଥିବା ମଧ୍ୟ ଜଣାଇଥିଲେ।

ଫଟୋ ସୌଜନ୍ୟ: ଟ୍ବିଟର

ଏଥିସହ ଆଦନାନ ସାମୀଙ୍କୁ ନାଗରିକତା ମିଳିବା ସହ ପଦ୍ମଶ୍ରୀ ପୁରସ୍କାର ମିଳିଥିବାରୁ ମୁଁ ଖୁସି ବୋଲି କହିଛନ୍ତି । ଯଦି ସରକାର ଏକ ପାକିସ୍ତାନ ମୁସଲିମକୁ ନାଗରିକତା ଦେଇପାରୁଛନ୍ତି, ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ସରକାରଙ୍କୁ ନାଗରିକତା ସଂଶୋଧନ ଆଇନ(ସିଏଏ) ଆଣିବାର ଆବଶ୍ୟକତା କ'ଣ ରହିଛି ବୋଲି ପ୍ରଶ୍ନ କରିଥିଲେ। ଏହା ହିନ୍ଦୁ ମୁସଲିମଙ୍କୁ ଅଲଗା କରିବାକୁ ହିଁ ଲାଗୁ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସେ।

ABOUT THE AUTHOR

...view details