ଓଡିଶା

odisha

ETV Bharat / bharat

ପୁଣି ଥରେ ହ୍ବିଟ୍ ବ୍ଲାଷ୍ଟ୍ ରୋଗ ବ୍ୟାପିବା ନେଇ ପ୍ରଶାସନ ଓ କୃଷି ବିଜ୍ଞାନୀ ଚିନ୍ତିତ - wheat blast

ଗହମ ଚାଷରେ ଭୟଙ୍କର ଭାବେ ବ୍ୟାପୁଥିବା ହ୍ବିଟ୍ ବ୍ଲାଷ୍ଟ ଡିଜିଜ୍ ରୋକିବା ସକାଶେ କେନ୍ଦ୍ର ସରକାର 2017ରେ ପଶ୍ଚିମ ବଙ୍ଗର ମୁର୍ସିଦାବାଦ୍ ଏବଂ ନାଦିଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମାବର୍ତ୍ତୀ ବ୍ୟାପକ ଅଞ୍ଚଳରେ ଗହମ ଉତ୍ପାଦନକୁ ନିଷିଦ୍ଧ ଘୋଷଣା କରିଥିଲେ। କିନ୍ତୁ ଏବେ ବି ରାଜ୍ୟ କୃଷି ବିଭାଗ ଏ ଅଞ୍ଚଳରେ ଗହମ ଚାଷ ପୁଣି ଥରେ ଆରମ୍ଭ କରିବା ସପକ୍ଷରେ ନାହିଁ। ଅଧିକ ପଢନ୍ତୁ...

ପୁଣି ଥରେ ହ୍ବିଟ୍ ବ୍ଲାଷ୍ଟ୍ ରୋଗ ବ୍ୟାପିବା ନେଇ ପ୍ରଶାସନ ଓ କୃଷି ବିଜ୍ଞାନୀ ଚିନ୍ତିତ
ପୁଣି ଥରେ ହ୍ବିଟ୍ ବ୍ଲାଷ୍ଟ୍ ରୋଗ ବ୍ୟାପିବା ନେଇ ପ୍ରଶାସନ ଓ କୃଷି ବିଜ୍ଞାନୀ ଚିନ୍ତିତ

By

Published : Nov 24, 2020, 10:32 PM IST

କୋଲକାତା: ଗହମ ଚାଷରେ ଭୟଙ୍କର ଭାବେ ବ୍ୟାପୁଥିବା ହ୍ବିଟ୍ ବ୍ଲାଷ୍ଟ ଡିଜିଜ୍ ରୋକିବା ସକାଶେ କେନ୍ଦ୍ର ସରକାର 2017ରେ ପଶ୍ଚିମ ବଙ୍ଗର ମୁର୍ସିଦାବାଦ୍ ଏବଂ ନାଦିଆ ଜିଲ୍ଲାର ଅନ୍ତର୍ଜାତୀୟ ସୀମାବର୍ତ୍ତୀ ବ୍ୟାପକ ଅଞ୍ଚଳରେ ଗହମ ଉତ୍ପାଦନକୁ ନିଷିଦ୍ଧ ଘୋଷଣା କରିଥିଲେ। ଏହି ଦୁଇ ଜିଲ୍ଲାର ସୀମାବର୍ତ୍ତୀ 5 କିଲୋମିଟର ପରିମିତ ଅଞ୍ଚଳରେ ଗହମ ଚାଷ ତିନି ବର୍ଷ ପାଇଁ କରାଯାଇ ପାରିବ ନାହିଁ ବୋଲି ନିଷ୍ପତ୍ତି ନିଆ ଯାଇଥିଲା। ରାଜ୍ୟ ସରକାର ସେହି ଅଞ୍ଚଳରେ ଅନୁରୂପ ନିଷିଦ୍ଧାଦେଶ ଜାରି କରିଥିଲେ। ମୁର୍ସିଦାବାଦ ଏବଂ ନାଦିଆ ଜିଲ୍ଲାର 8 ହଜାର ଏକରରୁ ଅଧିକ ଚାଷଜମି ଏହି କଟକଣା ଅଧିନକୁ ଆସିଥିଲା। ତିନି ବର୍ଷିଆ ବ୍ୟାନ୍ ସମୟ ସୀମା ପୂରି ଗଲାଣି। କିନ୍ତୁ ଏବେ ବି ରାଜ୍ୟ କୃଷି ବିଭାଗ ଏ ଅଞ୍ଚଳରେ ଗହମ ଚାଷ ପୁଣି ଥରେ ଆରମ୍ଭ କରିବା ସପକ୍ଷରେ ନାହିଁ। ଏପରିକି କୃଷି ଉଦ୍ୟାନବିତ୍ ମାନେ ମଧ୍ୟ ଗହମ ଚାଷ କରିବା ସପକ୍ଷରେ ନାହାଁନ୍ତି।

ରାଜ୍ୟ କୃଷି ବିଭାଗର ଉଚ୍ଚ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ, ଏବେ ଯଦି ଗହମ ଚାଷ ଆରମ୍ଭ କରାଯାଏ ତେବେ ହ୍ବିଟ୍ ବ୍ଲାଷ୍ଟ ଡିଜିଜ୍ ପୁଣି ଥରେ ଆରମ୍ଭ ହୋଇପାରେ। "ଅନ୍ତର୍ଜାତୀୟ ସୀମାକୁ ଲାଗି ରହିଥିବା ଦୁଇ ଜିଲ୍ଲା ମୁର୍ସିଦାବାଦ ଏବଂ ନାଦିଆରେ ଭାରତ ଏବଂ ବାଂଲାଦେଶୀ ଚାଷୀଙ୍କ ମଧ୍ୟରେ ଏବେ ଖୋଲାଖୋଲି ଭାବେ ଗହମ ବିହନର ବେଶ୍‌ ଦିଆନିଆ ଚାଲିଛି। ଆମେ ସମସ୍ତେ ଜାଣନ୍ତି ଫିମ୍ପି ବା ଫଙ୍ଗସ କାରଣରୁ ହ୍ବିଟ୍ ବ୍ଲାଷ୍ଟ ଡିଜିଜ୍ ପରି ଭୟଙ୍କର ବ୍ୟାଧୀ ସୃଷ୍ଟି ହେବା ସହ ଏହା ମୂଳତଃ ବାଂଲାଦେଶରୁ ବାହାରକୁ ବ୍ୟାପୁଛି। ଆସ୍ତେ ଆସ୍ତେ ଏହା ସମଗ୍ର ଏସିଆ ମହାଦେଶକୁ ସଂକ୍ରମିତ ହେଉଛି। ସୁତରାଂ ପୁଣି ଥରେ ସେ ଅଞ୍ଚଳରେ ଗହମ ଚାଷକୁ ଆମେ ଅନୁମତି ଦେବୁ ନାହିଁ ଏବଂ ଏଥିସହିତ ବିହନ କାରବାର କିପରି ବନ୍ଦ ହେବ ତାହା ନିଶ୍ଚିତ କରାଯିବ” ବୋଲି ଅଧିକାରୀ କହିଛନ୍ତି ।

ସୀମା ଦେଇ ପାର ହେଉଥିବା ଗୃହପାଳିତ ପଶୁ ମଧ୍ୟ ଏହି ରୋଗର ବାହକ ସାଜିଥନ୍ତି। ହ୍ବିଟ୍‌ ବ୍ଲାଷ୍ଟ ଡିଜିଜ୍ ଫଙ୍ଗସ(ଫିମ୍ପି) ଦ୍ବାରା ସୃଷ୍ଟି ହୋଇଥାଏ, ଆଉ ଏହା ପଶୁ ଜରିଆରେ ସହଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇଥାଏ। ହ୍ବିଟ୍ ବ୍ଲାଷ୍ଟ ଡିଜିଜ୍ ପ୍ରଥମେ 1975ରେ ବ୍ରାଜିଲରେ ସୃଷ୍ଟି ହୋଇଥିଲା ଏବଂ ସେହିବର୍ଷ ସେ ଦେଶରେ ଏହି ରୋଗ ପୂରା ଗହମ ଅମଳ ନଷ୍ଟ କରି ଦେଇଥିଲା। 2016ରେ ଫଙ୍ଗସ ବାଂଲାଦେଶ ଦେଇ ଏସିଆ ମହାଦେଶରେ ପ୍ରବେଶ କରିଥିଲା ଏବଂ ସେହି ବର୍ଷ ବାଂଲାଦେଶର 6ଟି ଜିଲ୍ଲାରେ ପ୍ରାୟ 20 ହଜାର ହେକ୍ଟର ଜମି ପୋଡ଼ି ଦିଆଯାଇଥିଲା। ଭାରତ ସହିତ ବାଂଲାଦେଶର 4096 କିଲୋମିଟର ସୀମା ରହିଛି। ଏହା ମଧ୍ୟରୁ 2227 କିଲୋମିଟର ସୀମା ପଶ୍ଚିମ ବଙ୍ଗ ସହିତ ରହିଛି। ଏ ନେଇ ପଶ୍ଚିମ ବଙ୍ଗ କୃଷି ମନ୍ତ୍ରୀ ଆଶିଷ ବାନାର୍ଜୀଙ୍କ ସହିତ ଯୋଗାଯୋଗ କରିବାକୁ ଇଟିଭି ଭାରତର ପକ୍ଷରୁ ବାରମ୍ବାର ଉଦ୍ୟମ କରାଯାଇଥିଲେ ହେଁ ତାଙ୍କ ମୋବାଇଲ ରିଙ୍ଗ୍ ହେଉଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।

ଅଖିଳ ଭାରତ କୃଷକ ସଭାର ନେତା ଅମୀୟ ପାତ୍ର କହିଛନ୍ତି ଯେ, ବ୍ଲାଷ୍ଟ ଡିଜିଜ୍ କାରଣରୁ ରାଜ୍ୟରେ ଗହମ ଚାଷ ପ୍ରଭାବିତ ହୋଇଛି। " ବାଂଲାଦେଶ ସୀମା ସହିତ ଲାଗି ରହିଥିବା ରାଜ୍ୟର 1 ଲକ୍ଷ 91 ହଜାର ହେକ୍ଟର ଜମିରେ ଗହମ ଚାଷ ନିଷିଦ୍ଧ ଘୋଷଣା କରାଯାଇଥିଲା। ଯଦି ଚାଷକୁ ପୁଣି ଥରେ ନିଷିଦ୍ଧ ଘୋଷଣା କରାଯାଏ ତେବେ ଗହମ ସଂକଟ ଅଧିକ ବଢିବ। ରାଜ୍ୟ ସରକାର ଗହମ ଚାଷର ବିକଳ୍ପ ପନ୍ଥା ବାହାର କରିବା ଉଚିତ୍। ନଚେତ ଉତ୍ପାଦନ ପ୍ରଭାବିତ ହେବ" ବୋଲି ସେ କହିଛନ୍ତି। କୃଷି ଉଦ୍ୟାନବିତ୍ ତାପସ ରାୟ କହିଛନ୍ତି ଯେ, ଲାଟିନ ଆମେରିକାର ଏହି ଭୟଙ୍କର ରୋଗ ଯଦି ରାଜ୍ୟରେ ପ୍ରବେଶ କରେ ତେବେ ଏହା ବ୍ୟାପକ କ୍ଷତି ଘଟାଇବ। ସେ କହିଛନ୍ତି ଯେ, ହ୍ବିଟ୍ ବ୍ଲାଷ୍ଟ ରାଜ୍ୟରେ କୃଷି ବିଭାଗ ପାଇଁ ଏକ ବଡ଼ ସମସ୍ୟା ହୋଇ ରହିଛି। ରାଜ୍ୟର ନାଦିଆ, ମୁର୍ସିଦାବାଦ ଏବଂ ଭାରତ-ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ଏହି ସମସ୍ୟା ଉତ୍କଟ ରହିଛି। ସୁତରାଂ ରାଜ୍ୟ କୃଷି ବିଭାଗ ଗହମ ବଦଳରେ ଡାଲିଜାତୀୟ କିମ୍ବା ତୈଳବୀଜ ଫସଲ ଚାଷ କରିବାକୁ ଯୋଜନା କରୁଛି। ସେ କହିବା ଅନୁଯାୟୀ ଲାଇଟ୍ ଡିଜିଜ୍ କୁହାଯାଉଥିବା ଏହି ରୋଗ ପୂର୍ବରୁ ଏସିଆରେ କେବେ ବି ଦେଖା ଦେଇନଥିଲା। ଏହି ରୋଗ ନିକଟରେ ବାଂଲାଦେଶରେ ପ୍ରବେଶ କରିଛି। ଏହି ରୋଗ କାରଣରୁ ନାଦିଆ ଓ ମୁର୍ସିଦାବାଦ ଜିଲ୍ଲାରେ 8 ହଜାର ହେକ୍ଟରରୁ ଅଧିକ ଜମିରେ ଅମଳ ହୋଇଥିବା ଗହମକୁ ପୋଡ଼ି ନଷ୍ଟ କରିଦିଆଯାଇଥିବା ସେ କହିଛନ୍ତି।

ସୁମନ୍ତ ରୟଚୌଧୁରୀ, ବ୍ୟୁରୋ ଚିଫ୍, କୋଲକାତା, ଇଟିଭି ଭାରତ

ABOUT THE AUTHOR

...view details