ଓଡିଶା

odisha

ETV Bharat / bharat

ବିଧାନସଭାରେ ଠାକରେ ପରିବାରର ଏଣ୍ଟ୍ରି, ଶପଥ ନେଲେ ଆଦିତ୍ୟ - ଠାକରେ ପରିବାରର ପ୍ରଥମ ସଦସ୍ୟଙ୍କ ଶପଥ ପାଠ

ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ବିଧାୟକ ପଦର ଶପଥ ପାଠ କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ।

aditya thakrey  take-oath
ଫାଇଲ ଫଟୋ

By

Published : Nov 27, 2019, 12:07 PM IST

Updated : Nov 27, 2019, 2:38 PM IST

ମୁମ୍ବାଇ: ଠାକରେ ପରିବାର ପାଇଁ ଇତିହାସ ସୃଷ୍ଟି କରିଛନ୍ତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଦେଖାଇ ଆସିଥିବା ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ବିଧାୟକ ପଦର ଶପଥ ପାଠ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ଡ୍ରାମାର ଅନ୍ତ ଘଟିବା ପରେ ବୁଧବାର ସମସ୍ତ ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର୍‌ ବିଧାୟକମାନଙ୍କୁ ଶପଥପାଠ କରାଉଛନ୍ତି । ବିଧାନସଭା ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଏବଂ ଅଜିତ୍‌ ପାଓ୍ବାର ମଧ୍ୟ ଅନ୍ୟ ବିଧାୟକଙ୍କ ସହ ଶପଥ ପାଠ କରିଛନ୍ତି । ସେମାନଙ୍କ ବ୍ୟତୀତ ଜୟନ୍ତ ପାଟିଲ, ବାଲାସାହେବ ଥୋରାଟ୍‌, ଛଗନ ଭୁଜବଳ ପ୍ରମୁଖ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଆଦିତ୍ୟ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ସେ ୬୭ ହଜାରରୁ ଅଧିକ ଭୋଟରେ ବିଜୟ ହାସଲ କରିଛନ୍ତି ।

Last Updated : Nov 27, 2019, 2:38 PM IST

ABOUT THE AUTHOR

...view details