ନୂଆଦିଲ୍ଲୀ: ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ କହିବା ପରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ ସୋମବାର ଲୋକସଭାରେ ପୁଣି ଥରେ ବିବାଦୀୟ ବୟାନ ଦେଇଛନ୍ତି। ସେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନେଇ ବିତର୍କିତ ଓ ବିବାଦସ୍ପଦ ଶବ୍ଦ ପ୍ରୟୋଗ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି, ମାତ୍ର ବେଳେ ବେଳେ ନିର୍ମଳା ସୀତାରମଣ ସ୍ଥାନରେ ‘ନିର୍ବଳା’ ସୀତାରମଣ କହିବା ଠିକ ରହିବ ବୋଲି ସେ ଲୋକସଭାରେ କହିଛନ୍ତି।
ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ‘ନିର୍ବଳା’ କହିଲେ ଅଧିର ରଞ୍ଜନ - controversial comment on finance minister in loksabha
ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନେଇ ବିତର୍କିତ ଓ ବିବାଦସ୍ପଦ ଶବ୍ଦ ପ୍ରୟୋଗ କରିଛନ୍ତି । ନିର୍ମଳା ସୀତାରମଣଙ୍କୁ ‘ନିର୍ବଳା’ କହିଛନ୍ତି। ଅଧିକ ପଢନ୍ତୁ...
![ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ‘ନିର୍ବଳା’ କହିଲେ ଅଧିର ରଞ୍ଜନ adhir ranjan chaudharys controversial comment on finance minister](https://etvbharatimages.akamaized.net/etvbharat/prod-images/768-512-5244400-thumbnail-3x2-oplop.jpg)
ସୋମବାର ଲୋକସଭାରେ କର୍ପୋରେଟ୍ ଟ୍ୟାକ୍ସ ଉପରେ ଚର୍ଚ୍ଚା ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ‘ନିର୍ବଳା’ ସୀତାରମଣ କହିବା ପାଇଁ ବେଳେ ମନକୁ ଆସୁଛି ବୋଲି କହିଛନ୍ତି କଂଗ୍ରେସ ସଂସଦୀୟ ଦଳ ନେତା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆପଣ ଅର୍ଥମନ୍ତ୍ରୀ ପଦରେ ରହିଛନ୍ତି ମାତ୍ର, ଆପଣ ନିଜର ମନ କଥା କହି ପାରୁଛନ୍ତି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ।
ଦେଶରେ ଲଗାତାର ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (ଜିଡିପି)ରେ ହ୍ରାସ ଓ ଆର୍ଥିକ ମାନ୍ଦାବସ୍ଥା ଦୂର ପାଇଁ ତଥା ଦେଶକୁ ରକ୍ଷା କରିବା ପାଇଁ ବିନା କୌଣସି ଦ୍ବିଧା ଓ ସଙ୍କୋଚରେ ପୂର୍ବ ପ୍ରଧାନମନ୍ତ୍ରୀ ଓ ଅର୍ଥଶାସ୍ତ୍ରୀ ମନମୋହନ ସିଂହଙ୍କ ପରାମର୍ଶ ନେବା ପାଇଁ କହିଛନ୍ତି।