ଚେନ୍ନାଇ: ଆଧାର କାର୍ଡକୁ ନେଇ ବଡ ତୃଟି ସାମ୍ନାକୁ ଆସିଛି । ଯେଉଁ ଆଧାର କାର୍ଡ ଲୋକଙ୍କ ନିକଟରେ ପହଞ୍ଚିବା କଥା ତାହା ତାମିଲନାଡୁର ଏକ ନଦୀ କୂଳରୁ ମିଳିଛି । ଏଠାକାର ତାଞ୍ଜିବୁର ଜିଲ୍ଲାର ମୁଲିୟାରୁ ନଦୀକୂଳରୁ ପଖାପାଖି ଦୁଇ ହଜାରଟି ଆଧାର କାର୍ଡ ମିଳିଥିବା ନେଇ ରାଜସ୍ବ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।
ନଦୀ କୂଳରୁ ମିଳିଲା 2000 ଆଧାରକାର୍ଡ - ନଦୀ କୂଳ
ତାମିଲନାଡୁର ତାଞ୍ଜିବୁର ଜିଲ୍ଲାର ମୁଲିୟାରୁ ନଦୀକୂଳରୁ ପଖାପାଖି ଦୁଇହଜାର ଆଧାର କାର୍ଡ ମିଳିଥିବା ନେଇ ରାଜସ୍ବ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକାରୀଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ଦାଖଲ ପରେ ପୋଲିସ ମାମଲା ରୁଜୁ କରିଛି।
![ନଦୀ କୂଳରୁ ମିଳିଲା 2000 ଆଧାରକାର୍ଡ](https://etvbharatimages.akamaized.net/etvbharat/prod-images/768-512-3310465-435-3310465-1558106176417.jpg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଏହି ଆଧାର କାର୍ଡ ତିରୁତୁରାପୁଣ୍ଡି ଅଞ୍ଚଳର କିଛି ଲୋକଙ୍କର ହୋଇଥିବା ବେଳେ ଡାକ କର୍ମଚାରୀ ଆଧାର କାର୍ଡଗୁଡିକୁ ଲୋକଙ୍କ ନିକଟରେ ପହଞ୍ଚାଇ ନପାରିଥିବା ରାଜସ୍ବ ବିଭାଗ ଅଧିକାରୀ କହିଛନ୍ତି। ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ଦାଖଲ ପରେ ପୋଲିସ ମାମଲା ରୁଜୁ କରିଛି ।