ହାଇଦ୍ରାବାଦ: ଲକଡାଉନ ପାଇଁ ବଦଳିଛି ଲାଇଫ ଷ୍ଟାଇଲ । ବଦଳିଛି ଖାଇବାର ରୁଟିନ । ପ୍ରାୟ ଲୋକେ ଏବେ ୱାର୍କ ଫ୍ରମ ହୋମରେ ବ୍ୟସ୍ତ । ଏମିତିରେ ଖାଦ୍ୟର ପରିମାଣରେ ମଧ୍ୟ ଘଟିଛି ବୃଦ୍ଧି । ତେବେ ଯେବେ ଚିନ୍ତା କଥା ପଡେ ସମସ୍ତଙ୍କ ମୁଣ୍ଡକୁ ଆସେ ବ୍ୟାୟାମ, ଧ୍ୟାନ ଓ ନିଦ । ଆପଣ ଜାଣି ରଖିବା ଉଚିତ୍ କି ଚିନ୍ତା ଦୂର କରିବାରେ ଖାଦ୍ୟର ମଧ୍ୟ ଅତି ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।
ତେବେ ଲକଡାଉନ ସମୟରେ ମାନସିକ ସ୍ବାସ୍ଥ୍ୟ ସହ ଶାରିରୀକ ସୁସ୍ଥତାକୁ ବଜାୟ ରଖିବା ପାଇଁ ନିଜ ଡାଏଟରେ ଆଡ କରନ୍ତୁ ଏହି ସମସ୍ତ ଖାଦ୍ୟ :
ହର୍ବାଲ ଟି :
ହର୍ବାଲ ଟି ନା ଯେ କେବଳ ସ୍ବାଦରେ ଭଲ ବରଂ ଏହା ଶରୀର ଓ ମନ ଉଭୟକୁ ସୁସ୍ଥ, ଶାନ୍ତ ଓ ସ୍ଥିର ରଖିବାରେ ସାହାଯ୍ୟ କରେ । ଏହା ପିଇବା ପରେ ତୁରନ୍ତ ରିଲାକ୍ସ ଲାଗିବା ସହ ମନ ଫୂର୍ତ୍ତି ଲାଗିଥାଏ ।
ଡାର୍କ ଚକୋଲେଟ :
ମୁଡ ଉପରେ ଏହାର ଉଭୟ କେମିକାଲ ଓ ଇମୋସନାସ ପ୍ରଭାବ ରହିଛି । ଏହାକୁ ସମସ୍ତ ବର୍ଗର ଲୋକେ ଖାଇପାରିବେ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଦ୍ବାରା ମାନସିକ ଚିନ୍ତା ଦୂର ହୋଇଥାଏ । ତେବେ ଡାର୍କ ଚକୋଲେଟ କିଣିବା ସମୟରେ ଏଥିରେ ଚିନିର ମାତ୍ରା ଯେତେ କମ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ଶସ୍ୟ ଜାତୀୟ ଖାଦ୍ୟ :
ଶରୀରରେ କାର୍ବୋହାଇଡ୍ରେଟର ପରିମାଣରକୁ ନିୟନ୍ତ୍ରଣ କରିବା ପାଇଁ ଦୈନିକ କିଛି ଶସ୍ୟ ଜାତୀୟ ଖାଦ୍ୟ ଖାଇବାକୁ ଭୁଲନ୍ତୁ ନାହିଁ । ଆପଣ ଚାହିଁଲେ କନ୍ଦମୂଳକୁ ମଧ୍ୟ ନିଜ ଡାଏଟରେ ସାମିଲ କରିପାରିବେ ।
ଆଭୋକାଡୋ :
ଓମେଗା-3 ଫ୍ୟାଟି ଏସିଡ ଯୁକ୍ତ ଆଭୋକାଡୋ ଚିନ୍ତା ଦୂର କରିବାରେ ଅତି ସହାୟକ । ଏହା ମାନସିକ ସ୍ଥିତି ସୁଧାରିବା ସହ ଏକାଗ୍ରତା ବଢାଇବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଥିବା ଫାଇଟୋ କେମିକାଲ ଓ ଫାଇବର ମଧ୍ୟ ଶରୀର ପାଇଁ ଅତି ଜରୁରୀ ।