ଓଡିଶା

odisha

ETV Bharat / bharat

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଜେପି କର୍ମୀ ଖୁସବୁ ସୁନ୍ଦର - ଦୁର୍ଘଟଣାର ସମ୍ମୁଖୀନ ହେଲେ ବିଜେପି କର୍ମୀ ଖୁସବୁ

ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ତଥା ବିଜେପି କର୍ମୀ ଖୁସବୁ ସୁନ୍ଦର । ଅଧିକ ପଢନ୍ତୁ...

Actress and BJP worker Kushbu met with an accident and escapes unhurt
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଜେପି କର୍ମୀ ଖୁସବୁ ସୁନ୍ଦର

By

Published : Nov 18, 2020, 11:35 AM IST

ଚେନ୍ନାଇ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ତଥା ବିଜେପି କର୍ମୀ ଖୁସବୁ ସୁନ୍ଦର । ବୁଧବାର ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ଖୁସବୁ । ତାମିଲନାଡୁର ମଧୁରନ୍ତଗାମ ନିକଟରେ ଏକ ଟ୍ୟାଙ୍କର ତାଙ୍କ କାରକୁ ଧକ୍କା ଦେଇଛି । ତେବେ ସେ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଟ୍ବିଟ କରି ଜଣାଇଛନ୍ତି । ପୋଲିସ ଘଟଣାର ଅନୁସନ୍ଧାନ କରୁଛି ।

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଜେପି କର୍ମୀ ଖୁସବୁ ସୁନ୍ଦର

ସୂଚନାଯୋଗ୍ୟ, ଆଜି(ବୁଧବାର) ଖୁସବୁ ଏକ କାର ଯୋଗେ ଯାଉଥିବା ସମୟରେ ଚେଙ୍ଗଲପେଟ ଜିଲ୍ଲା ଅନ୍ତର୍ଗତ ମଧୁରନ୍ତଗାମ ନିକଟରେ ଏକ ଟ୍ୟାଙ୍କର ସହ ତାଙ୍କ ଗାଡି ମୁହାଁମୁହିଁ ହୋଇଥିଲା । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଖୁସବୁ । ଏନେଇ ସେ ଟ୍ବିଟ କରି ଲେଖିଛନ୍ତି 'ଆପଣଙ୍କ ଆର୍ଶିବାଦରୁ ଓ ଭଗବାନଙ୍କ କୃପାରୁ ମୁଁ ସୁରକ୍ଷିତ ଅଛି ଏବଂ ଭେଲ ୟାତ୍ରାଇ ପର୍ବରେ ଭାଗ ନେବାକୁ ମୋର ଯାତ୍ରା ଜାରି ରହିଛି । ଭଗବାନ ମୁରୁଗାନ ଆମକୁ ରକ୍ଷା କରିଛନ୍ତି ।'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details