ଓଡିଶା

odisha

ETV Bharat / bharat

ଦିଲ୍ଲୀ ହିଂସାକୁ ଇଣ୍ଟେଲିଜେନ୍ସ ଏବଂ ଗୃହମନ୍ତ୍ରାଳୟର ବିଫଳତା କହିଲେ ରଜନୀକାନ୍ତ - rajnikant on delhi violence

ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସାକୁ ଇଣ୍ଟେଲିଜେନ୍ସ ଏବଂ ଗୃହମନ୍ତ୍ରାଳୟର ବିଫଳତା ବୋଲି କହିଛନ୍ତି ଲୋକପ୍ରିୟ ତାମିଲ ଅଭିନେତା ରଜନୀକାନ୍ତ । ଅଧିକ ପଢନ୍ତୁ...

rajnikant-
ରଜନୀକାନ୍ତ

By

Published : Feb 27, 2020, 11:10 AM IST

ଚେନ୍ନାଇ: ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାକୁ ନିନ୍ଦା କରିଛନ୍ତି ଲୋକପ୍ରିୟ ତାମିଲ ଅଭିନେତା ରଜନୀକାନ୍ତ । ଏହାକୁ ସେ ଇଣ୍ଟେଲିଜେନ୍ସ ଏବଂ ଗୃହମନ୍ତ୍ରାଳୟର ବିଫଳତା ବୋଲି କହିଛନ୍ତି । ଦିଲ୍ଲୀ ହିଂସାକୁ ନେଇ ପ୍ରତିକ୍ରିୟା ଦେଇ ରଜନୀକାନ୍ତ କହିଛନ୍ତି, ଦିଲ୍ଲୀରେ ଜାରି ରହିଥିବା ବିରୋଧ ଇଣ୍ଟେଲିଜେନ୍ସର ବିଫଳତା ଯୋଗୁଁ ହେଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭଳି ଶକ୍ତିଶାଳୀ ନେତା ଭାରତ ଗସ୍ତରେ ଆସିଥିବା ବେଳେ ଇଣ୍ଟେଲିଜେନ୍ସ ବିଭାଗକୁ ଅଧିକ ସତର୍କ ରହିବାର ଆବଶ୍ୟକତା ଥିଲା । କିନ୍ତୁ ସେମାନେ ନିଜ କାମ ଠିକ ଭାବରେ କରିନଥିଲେ ବୋଲି ରଜନୀକାନ୍ତ କହିଛନ୍ତି ।

ଏହା ସହିତ ସେ ଭୋଟ ବ୍ୟାଙ୍କ ପାଇଁ ଧର୍ମର ବ୍ୟବହାର କରୁଥିବା ଲୋକ ଏବଂ ରାଜନେତାଙ୍କୁ କଡା ସମାଲୋଚନା କରିଛନ୍ତି । ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଭାବରେ ହେବା ଉଚିତ । ଏହାକୁ ହିଂସାର ରୂପ ଦେବା ଉଚିତ ନୁହେଁ ବୋଲି ରଜନୀକାନ୍ତ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ନାଗରିକତା ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ସୃଷ୍ଟି ହୋଇଥିବା ହିଂସା ଘଟଣାରେ ଏବେ ସୁଦ୍ଧା 30 ଜଣ ପ୍ରାଣ ହରାଇସାରିଥିବା ବେଳେ ପ୍ରାୟ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

@ANI

ABOUT THE AUTHOR

...view details