ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତଙ୍କ ବଡ ୟୁ-ଟର୍ଣ୍ଣ । ସ୍ବାସ୍ଥ୍ୟଗତ କାରଣ ଦେଖାଇ ରାଜନୀତିରେ ପ୍ରବେଶ ନ କରିବାକୁ ନିଷ୍ପତ୍ତି । ରାଜନୈତିକ ଦଳ ନ ଗଢିବା ସହ ନିର୍ବାଚନ ଲଢିବେ ନାହିଁ କହିଲେ ରଜନୀକାନ୍ତ । ତେବେ ତାମିଲନାଡୁ ଲୋକଙ୍କ ପାଇଁ ସେ କାମ କରିବେ ବୋଲି ଏକ ବୟାନ ଜାରି କରି କହିଛନ୍ତି ରଜନୀକାନ୍ତ ।
ରଜନୀକାନ୍ତ କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହୁନାହିଁ । ଆଗକୁ ରାଜନୈତିକ ଦଳ ଗଠନ କରିବା ସମ୍ଭବ ନୁହେଁ । ତେଣୁ ସେ ରାଜନୀତି କରିବେ ନାହିଁ କିନ୍ତୁ ଲୋକଙ୍କ ପାଇଁ ସେବା ଜାରି ରଖିବେ ।
ରାଜନୀତି କରିବେନି ତାମିଲ ସୁପରଷ୍ଟାର ରଜନୀକାନ୍ତ ସୂଚନାଯୋଗ୍ୟ, ଡିସେମ୍ବର 31ରେ ରଜନୀକାନ୍ତ ତାଙ୍କ ନୂଆ ରାଜନୈତିକ ଦଳର ଘୋଷଣା କରିଥାନ୍ତେ । ଆଗାମୀ ବିଧାନସଭା ନିର୍ବାଚନରେ ସେ ମୁଖ୍ୟମନ୍ତ୍ରୀ ପଦ ଲାଗି ପ୍ରତିନିଧିତ୍ବ କରିବେ ବୋଲି ଚର୍ଚ୍ଚା ହେଉଥିଲା । ସେ ତାଙ୍କ ସମର୍ଥକ, ଫ୍ୟାନ୍ସଙ୍କ ସହିତ ଦୀର୍ଘ ଦିନ ଧରି ସାକ୍ଷାତ କରିଆସୁଥିଲେ । ଯେଉଁଥିରେ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତି ଚାଲିଥିଲା ।
ତେବେ ନିକଟରେ ଅଚାନକ ସୁପରଷ୍ଟାରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଆପଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ