ଓଡିଶା

odisha

ETV Bharat / bharat

14 ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ଅଖିଲ ଗୋଗୋଇ - ଅଖିଲ ଗୋଗୋଇଙ୍କୁ 14 ଦିନ ନ୍ୟାୟିକ ହେପାଜତ

ଗତ ଗୁରୁବାର ଆସାମ ରାଜଧାନୀ ଗୌହାଟିର ଏକ ସ୍ବତନ୍ତ୍ର ଏନଆଇଏ କୋର୍ଟ ସାମାଜିକ କର୍ମୀ  ଅଖିଲ ଗୋଗୋଇଙ୍କୁ 14 ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

activist akhil gogoi
activist akhil gogoi

By

Published : Dec 27, 2019, 11:53 AM IST

ଗୌହାଟି: ସାମାଜିକ କର୍ମୀ ଅଖିଲ ଗୋଗୋଇଙ୍କୁ 14 ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି କୋର୍ଟ । ଗତ ଗୁରୁବାର ଆସାମ ରାଜଧାନୀ ଗୌହାଟିର ଏକ ସ୍ବତନ୍ତ୍ର ଏନଆଇଏ କୋର୍ଟ ସମାଜିକ କର୍ମୀ ଅଖିଲ ଗୋଗୋଇଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।

ସୂଚନା ଅନୁଯାୟୀ, ଏନଆଇଏ ଅଖିଲ ଗୋଗୋଇଙ୍କୁ ସ୍ବତନ୍ତ୍ର କୋର୍ଟରେ ହାଜର କରିଥିଲା ଏବଂ 10 ଦିନ ରିମାଣ୍ଡରେ ନେଇଥିଲା । କିନ୍ତୁ ଅଦାଲତ ଉଭୟ ପକ୍ଷର ଓକିଲଙ୍କ ମତ ଶୁଣିବା ପରେ ଏହି ଆବେଦନକୁ ଖାରଜ କରିଥିଲେ ।

ପ୍ରକାଶ ଥାଉକି, ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନରେ ଗତ ଡିସେମ୍ବର 12ରେ ଆସାମ ପୋଲିସ ଅଖିଲ ଗୋଗୋଇଙ୍କୁ ଗିରଫ କରିଥିଲା । ପୋଲିସ ଅଭିଯୋଗର ଦୁଇ ଦିନ ପରେ ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା ।

ତଦନ୍ତ ପରେ ଅଖିଲ ଗୋଗୋଇଙ୍କ ମାଓବାଦୀ ସଂଗଠନ ସହ ସମ୍ପର୍କ ଥିବା ଏନଆଇଏ ସୂଚନା ପାଇଥିଲେ । ତେବେ ଏନଆଇଏ ଏନେଇ ତଦନ୍ତ ଜାରି ରଖିଛନ୍ତି ।

ABOUT THE AUTHOR

...view details