ଓଡିଶା

odisha

By

Published : Oct 21, 2020, 3:09 PM IST

ETV Bharat / bharat

ଦେଶରେ 7.5 ଲକ୍ଷକୁ ଖସିଲା କୋରୋନା ଆକ୍ଟିଭ ମାମଲା

ଦେଶରେ କୋରୋନା ଆକ୍ଟିଭ ମାମଲା 7.5 ଲକ୍ଷରୁ କମ ରହିଛି । ଯାହା ଦେଶ ପାଇଁ ଆଶ୍ବସ୍ତିକର ଖବର ବୋଲି ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଦେଶରେ 7.5 ଲକ୍ଷକୁ ଖସିଲା କୋରୋନା ଆକ୍ଟିଭ ମାମଲା
ଦେଶରେ 7.5 ଲକ୍ଷକୁ ଖସିଲା କୋରୋନା ଆକ୍ଟିଭ ମାମଲା

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆକ୍ଟିଭ ମାମଲା 7.5 ଲକ୍ଷରୁ କମ ରହିଛି । ଯାହା ଦେଶ ପାଇଁ ଆଶ୍ବସ୍ତିକର ଖବର ବୋଲି ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି ।

24 ଘଣ୍ଟାରେ ଦେଶରେ 10 ଲକ୍ଷ 83 ହଜାର 608 କୋରୋନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ 54,044 ଆକ୍ରାନ୍ତଙ୍କ କୋରୋନା ରିପୋର୍ଟ ପଜେଟିଭ ଆସିଛି । ଏହାଛଡା 24 ଘଣ୍ଟାରେ 61 ହଜାର 775 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ ଏବେବି 7 ଲକ୍ଷ 40 ହଜାର 090 ଜଣ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଏହାଛଡା 14 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋରୋନା ମୃତ୍ୟୁହାର 1 ପ୍ରତିଶତରୁ କମ୍ ରହିଛି । ଏହି କ୍ରମରେ ଦେଶର କୋରୋନା ମୃତ୍ୟୁହାର 1.51 ପ୍ରତିଶତକୁ ଖସି ଆସିଛି ବୋଲି ମନ୍ତ୍ରଣାଳୟ କହିଛି। ଏଣୁ ଏହି ସ୍ଥିତିକୁ ବଜାୟ ରଖିବା ନିମନ୍ତେ କେନ୍ଦ୍ର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, 24 ଘଣ୍ଟାରେ ଦେଶରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସୁସ୍ଥ ହାର କ୍ରମାଗତ ବୃଦ୍ଧି ଘଟି 88.81 ପ୍ରତିଶତରେ ପହଞ୍ଚିଛି । ଏଥିମଧ୍ୟରୁ 77% ସୁସ୍ଥ ହାର ମାମଲା 10 ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ରେକର୍ଡ଼ କରାଯାଇଛି । 24 ଘଣ୍ଟାରେ କର୍ଣ୍ଣାଟକରେ 8,500 ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମହାରାଷ୍ଟ୍ର ଏବଂ କେରଳରେ 7000ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details