ନୂଆଦିଲ୍ଲୀ: ଦିଲ୍ଲୀରେ କ୍ରମାଗତ ଭାବେ କୋରୋନା ଯୋଦ୍ଧା କୋଭିଡ୍-19ରେ ଆକ୍ରାନ୍ତ ହେଉଥିବା ମାମଲା ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଦିଲ୍ଲୀର ଆସିଷ୍ଟାଣ୍ଟ କମିଶନର ପୋଲିସ (ଏସିପି) କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତାଙ୍କ ପରିବାରର କୋରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହାପରେ ଏସିପିଙ୍କ ପରିବାରକୁ ହୋମ କ୍ବାରେଣ୍ଟିନରେ ରଖାଯାଇଛି । ଏଥିସହ ତାଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ ମଧ୍ୟ ହୋମ କ୍ବାରେଣ୍ଟିନରେ ରଖାଯାଇଛି ।
ଦିଲ୍ଲୀ ଏସିପି କୋରୋନା ଆକ୍ରାନ୍ତ - ଏସିପି କୋରୋନା ଆକ୍ରାନ୍ତ
ଦିଲ୍ଲୀରେ କ୍ରମାଗତ ଭାବେ କୋରୋନା ଯୋଦ୍ଧା କୋଭିଡ୍-19ରେ ଆକ୍ରାନ୍ତ ହେଉଥିବା ମାମଲା ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଦିଲ୍ଲୀର ଆସିଷ୍ଟାଣ୍ଟ କମିଶନର ପୋଲିସ (ଏସିପି) କୋରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ବର୍ତ୍ତମାନ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 44 ହଜାର ପାର କରିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 26 ହଜାର ଆକ୍ଟିଭ ଥିବା ବେଳେ 1800 ଅଧିକ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।
ପ୍ରକାଶ ଥାଉକି, ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ରୋକିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବାରମ୍ବାର ବୈଠକ ହୋଇଛି । ଏହି ବୈଠକରେ ଦିଲ୍ଲୀରେ କୋରୋନା ସଂକ୍ରମଣକୁ ରୋକିବା ଏବଂ ଏ ସମ୍ବନ୍ଧରେ ସରକାରୀ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଆଲୋଚନା କରାଯାଇଥିଲା। ଏପଟେ କୋରୋନା ମାମଲା ବୃଦ୍ଧିକୁ ନେଇ ଦିଲ୍ଲୀରେ ଆଉଥରେ ଲକଡାଉନ ଲାଗୁ ହେବନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟୀକରଣ ଦେଇଛନ୍ତି ।