ଓଡିଶା

odisha

ETV Bharat / bharat

ମାରଣାସ୍ତ୍ର ପାଲଟିଛି ଏସିଡ, ଏକାଧିକ ସ୍ଥାନରେ ଆକ୍ରମଣର ଅଭିଯୋଗ - murder weapon

ରାଜସ୍ଥାନର ରାଉଳି ଜିଲ୍ଲାରେ। ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପୁଅକୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିବା ସହ ଏସିଡ ମାଡ଼ କରିଛନ୍ତି। ଘଟଣାକୁ ନେଇ ପୋଲିସ ଏକ ମାମଲାର ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ..

ମାରଣାସ୍ତ୍ର ପାଲଟିଛି ଏସିଡ, ଏକାଧିକ ସ୍ଥାନରେ  ଆକ୍ରମଣର ଅଭିଯୋଗ
ମାରଣାସ୍ତ୍ର ପାଲଟିଛି ଏସିଡ, ଏକାଧିକ ସ୍ଥାନରେ ଆକ୍ରମଣର ଅଭିଯୋଗ

By

Published : Oct 10, 2020, 10:51 PM IST

ଜୟପୁର: ରାଜନୈତିକ ଶତ୍ରୁତାରୁ ଯୁବକଙ୍କୁ ଏସିଡ ମାଡ଼। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କରାଉଳି ଜିଲ୍ଲାରେ। ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପୁଅକୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିବା ସହ ଏସିଡ ମାଡ଼ କରିଛନ୍ତି। ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ମଧ୍ୟ ଧରଣର ଘଟଣା ସାମ୍ନାକୁ ଆସିଛି। ଅଧିକ ପଢ଼ନ୍ତୁ...

ତିତାରିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୁରଜ୍ଞା ଦେବୀଙ୍କ ପୁଅକୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିବା ସହ ଏସିଡ ମାଡ଼ କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ସ୍ଥାନୀୟ ଏସ୍ଏମ୍ଏସ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଗତ ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏହି ଘଟଣା ଘଟାଇଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ ଶିବଦାପୂରା ପୋଲିସ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି। ଘଟଣାକୁ ନେଇ ଶିବଦାପୂରା ଥାନା ଅଧିକାରୀ ଇନ୍ଦ୍ରଜ ମାରୋଦିଆ କହିଛନ୍ତି ଯେ,"ଦୁର୍ବୃତ୍ତମାନେ ମୁହଁରେ ମାସ୍କ ପିନ୍ଧିଥିଲେ। ବର୍ତ୍ତମାନ ସୁଦ୍ଧା ଘଟଣାରେ ସଂପୃକ୍ତ କୌଣସି ଦୃର୍ବୃତ୍ତଙ୍କ ପରିଚୟ ମିଳିପାରି ନାହିଁ। ଯଥାଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ"।

ରାଜସ୍ଥାନରେ ଚତୁର୍ଥ ସ୍ତରରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ରାଜନୈତିକ ଶତୃତାରୁ ରାଜସ୍ଥାନରେ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି।

ସେହିଭଳି ମହାରାଷ୍ଟ୍ରର ଭିୱାଣ୍ଡିରେ ମଧ୍ୟ ସମାନ ଧରଣ ଏକ ଘଟଣା ଦେଖିବାକୁ ମିଳିଛି। ଗୋଷ୍ଠୀ ସଂଘର୍ଷକୁ କେନ୍ଦ୍ର କରି ଭିୱାଣ୍ଡି ସହରର ସାଇନାଥ ନଗରରେ ଏସିଡ ଆକ୍ରମଣ ହୋଇଛି। ଫଳରେ 7 ଜଣ ଯୁବକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତରଙ୍କୁ ଇନ୍ଦିରା ଗାନ୍ଧୀ ଉପ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହାପୂର୍ବରୁ ଗତ ସେପ୍ଟେମ୍ବର 24 ତାରିଖରେ କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲା ଜଣେ ବ୍ୟକ୍ତି ନିଜ ପତ୍ନୀ ଓ ମାଉସୀଙ୍କ ଉପରେ ଏସିଡ ମାଡ଼ କରିଥିଲା। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details