ଡେରାଡୁନ: ପତଞ୍ଜଳିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଯୋଗଗୁରୁ ବାବା ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁତର ଅସୁସ୍ଥ । ହୃଦ୍ଘାତ ଯୋଗୁଁ ତାଙ୍କୁ ଋଷିକେଶ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ସେ ପତଞ୍ଜଳିର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରନ୍ତି ।
ପତଞ୍ଜଳି ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁତର, ଏମ୍ସରେ ଭର୍ତ୍ତି - ଆଚାର୍ଯ୍ୟ ବାଳକୃଷ୍ଣ ଏମ୍ସରେ ଭର୍ତ୍ତି
ପତଞ୍ଜଳି ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁତର ଅସୁସ୍ଥ । ହୃଦ୍ଘାତ ଯୋଗୁଁ ତାଙ୍କୁ ଋଷିକେଶ ଏମ୍ସରେ ଭର୍ତ୍ତି କରାଯାଇଛି ।
![ପତଞ୍ଜଳି ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଗୁରୁତର, ଏମ୍ସରେ ଭର୍ତ୍ତି](https://etvbharatimages.akamaized.net/etvbharat/prod-images/768-512-4220126-thumbnail-3x2-patanjali.jpg)
ବାଳକୃଷ୍ଣ ସଂସ୍କୃତରେ ଆର୍ୟୁବେଦିକ ଏବଂ ଜଡିବୁଟି ଜ୍ଞାନରେ ନିପୁଣତା ହାସଲ କରିଛନ୍ତି । ସେ ପତଞ୍ଜଳି ଯୋଗପୀଠର ଆର୍ୟୁବେଦିକ କେନ୍ଦ୍ର ମାଧ୍ୟମରେ ପାରମ୍ପରିକ ଆର୍ୟୁବେଦିକ ପଦ୍ଧତିକୁ ଆଗକୁ ବଢାଇବାର କାର୍ଯ୍ୟ କରନ୍ତି । ଆର୍ୟୁବେଦିକ ଔଷଧ ସମ୍ବନ୍ଧିୟ କେତେକ ପୁସ୍ତକ ମଧ୍ୟ ଲେଖିଛନ୍ତି ବାଳକୃଷ୍ଣ । ଏହା ସହିତ ସେ ରାମଦେବଙ୍କ ସହ ମିଶି ହରିଦ୍ବାରରେ ଆଚାର୍ଯ୍ୟକୁଲମର ସ୍ଥାପନା କରିଛନ୍ତି । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ ସହ ଜଡିତ ଅଛି ।
ପତଞ୍ଜଳି ଯୋଗପୀଠ ସହ ଜଡ଼ିତ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ୟୁଏନରେ ସମ୍ମାନ ମଧ୍ୟ ମିଳିଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଥିବାରୁ ବାଲକୃଷ୍ଣଙ୍କୁ ୟୁଏନଓର ସଂସ୍ଥା ୟୁନାଇଟେଡ ନେସନ୍ ସଟେନବଲ୍ ଡେଭଲପମେଣ୍ଟ (ୟୁଏନଏସଡିଜି) ସମ୍ମାନିତ କରିଛି ।