ଓଡିଶା

odisha

ETV Bharat / bharat

ରୁଚି ସୋୟା କମ୍ପାନୀର ଏମଡି ପଦରୁ ଇସ୍ତଫା ଦେଲେ ଆଚାର୍ଯ୍ୟ ବାଳକୃଷ୍ଣ - ଆଚାର୍ଯ୍ୟ ବାଳକୃଷ୍ଣ

ବାବା ରାମଦେବଙ୍କ ଅତି ନିକଟତର ଆଚାର୍ଯ୍ୟ ବାଳକୃଷ୍ଣ, ରୁଚି ସୋୟାଙ୍କ ପରିଚାଳନା ନିର୍ଦ୍ଦେଶକ (MD) ପଦରୁ ଇସ୍ତଫା ଦେଇଛନ୍ତି। ତେବେ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ରାମ ଭରତଙ୍କୁ କମ୍ପାନୀର ନୂତନ ଏମଡି ଭାବେ ନିଯୁକ୍ତି ଦିଆଯାଇଛି। ଅଧିକ ପଢନ୍ତୁ...

ରୁଚି ସୋୟା କମ୍ପାନୀର ଏମଡି ପଦରୁ ଇସ୍ତଫା ଦେଲେ ଆଚାର୍ଯ୍ୟ ବାଳକୃଷ୍ଣ
ରୁଚି ସୋୟା କମ୍ପାନୀର ଏମଡି ପଦରୁ ଇସ୍ତଫା ଦେଲେ ଆଚାର୍ଯ୍ୟ ବାଳକୃଷ୍ଣ

By

Published : Aug 20, 2020, 12:16 PM IST

ନୂଆଦିଲ୍ଲୀ: ବାବା ରାମଦେବଙ୍କ ଅତି ନିକଟତର ଆଚାର୍ଯ୍ୟ ବାଳକୃଷ୍ଣ, ରୁଚି ସୋୟାଙ୍କ ପରିଚାଳନା ନିର୍ଦ୍ଦେଶକ (MD) ପଦରୁ ଇସ୍ତଫା ଦେଇଛନ୍ତି। ରୁଚି ସୋୟା ଖାଇବା ତେଲ, ସୋୟା ଉତ୍ପାଦ ଇତ୍ୟାଦି ଉତ୍ପାଦନ କରେ । ଆଚାର୍ଯ୍ୟ ବାଳକୃଷ୍ଣ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟ ହେତୁ ଅଗଷ୍ଟ 18, 2020 ରେ ତୁରନ୍ତ ପରିଚାଳନା ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ବୁଧବାର ଦିନ ରୁଚି ସୋୟା, ଷ୍ଟକ୍ ଏକ୍ସଚେଞ୍ଜକୁ କହିଛନ୍ତି । ନିର୍ଦ୍ଦେଶକ ବୋର୍ଡ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ଏବଂ ତାଙ୍କୁ ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟରୁ ମୁକ୍ତ କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ପତଞ୍ଜଳି ଗ୍ରୁପ୍ କମ୍ପାନୀ ରୁଚି ସୋୟା ଜୁନ୍ କ୍ବାର୍ଟର ମାସରେ ଲାଭ 13 ପ୍ରତିଶତ ହ୍ରାସ କରିଥିବା ରିପୋର୍ଟ କରିଛନ୍ତି। ଏହି ଅବଧି ମଧ୍ୟରେ କମ୍ପାନୀର ଲାଭ 13 ପ୍ରତିଶତ ହ୍ରାସ ପାଇ 12.25 କୋଟିରେ ପହଞ୍ଚିଛି, ଯାହାକି ପୂର୍ବ ବର୍ଷ 14.01 କୋଟି ଟଙ୍କା ଥିଲା। କମ୍ପାନୀର ମୋଟ ଆୟ ଗତ ତ୍ରିମାସରେ 3125.65 କୋଟି ଥିଲା । ଯାହା ଏବର୍ଷ 3057.15 କୋଟିକୁ ଖସି ଆସିଛି।

ତେବେ କମ୍ପାନୀର ପୂର୍ବତ୍ତନ ନିର୍ଦ୍ଦେଶକ ରାମ ଭରତଙ୍କୁ କମ୍ପାନୀର ନୂତନ ଏମଡି ଭାବେ ନିଯୁକ୍ତି ଦିଆଯାଇଛି। ବୁଧବାର ଠାରୁ ତାଙ୍କର ନିଯୁକ୍ତି କାର୍ଯ୍ୟକାରୀ ହେଲା। ରୁଚି ସୋୟା ବହୁତ କ୍ଷତି ଦେଇ ଗତି କରୁଥିଲା ଏବଂ ଗତ ବର୍ଷ ପତଞ୍ଜଳି ଆୟୁର୍ବେଦ ଏହାକୁ 4,350 କୋଟିରେ କିଣିଥିଲେ। ମଧ୍ୟପ୍ରଦେଶରେ ଅବସ୍ଥିତ ଏହି କମ୍ପାନୀଗୁଡିକ ଦେଶର ଅଗ୍ରଣୀ ରନ୍ଧା ତେଲ ଏବଂ ସୋୟାବିନ୍ ଉତ୍ପାଦ କମ୍ପାନୀ । ସୋୟାବିନରେ ଏହାର ନ୍ୟୁଟ୍ରିଲା ବ୍ରାଣ୍ଡ ବହୁତ ଲୋକପ୍ରିୟ ।

ABOUT THE AUTHOR

...view details