ଡେରାଡୁନ: ଯୋଗ ଗୁରୁ ରାମଦେବ ବାବାଙ୍କ ସହଯୋଗୀ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ନେଇ ଏବେ ଦେଶର ବଡ ବଡ ଉଦ୍ୟୋଗୀପତି ମାନେ ଚିନ୍ତିତ ଅଛନ୍ତି । ସେ ଅମ୍ବାନୀ ହୁଅନ୍ତୁ କିମ୍ବା ରତନ ଟାଟା ଯେଉଁଭଳି ଭାବେ ଆଚାର୍ଯ୍ୟ ବାଲକୃଷ୍ଣ ଦେଶର ବଡ ଉଦ୍ୟୋଗୀପତିଙ୍କ ତାଲିକାରେ ନିଜର ନାଁ ସାମିଲ କରୁଛନ୍ତି କେହି ହେଲେବି ଏହି କଥାକୁ ଏଡାଇପାରିବେନିଯେ, ଆଗାମୀ ଦିନରେ ବାଲକୃଷ୍ଣ ଦେଶର ସବୁଠୁ ବଡ ସିଇଓ ଭାବେ ବାହାରିବେ। ପ୍ରତ୍ୟେକ ବର୍ଷ ଉଦ୍ୟୋଗୀପତି ଓ ଲୋକଙ୍କ ସମ୍ପତ୍ତିର ସର୍ଭେ କରୁଥିବା ସବୁଠୁ ବଡ ସଂସ୍ଥା ହାରୁନ ରିଚଙ୍କ କହିବାନୂଯାୟୀ, ଆଚାର୍ଯ୍ୟ ବାଲକୃଷ୍ଣ ଦେଶର ସବୁଠୁ ଟପ 10 ସିଇଓଙ୍କ ତାଲିକାରେ 8ମ ସ୍ଥାନରେ ଅଛନ୍ତି ।
ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଆଚାର୍ଯ୍ୟ ବାଲକୃଷ୍ଣ
ନେପାଳରେ ଜନ୍ମ ଗ୍ରହଣ କରିଥିଲେ ଆଚାର୍ଯ୍ୟ ବାଲକୃଷ୍ଣ । 5 ଭାଇ ଭଉଣୀଙ୍କ ମଧ୍ୟରେ ବାଲକୃଷ୍ଣଙ୍କର ଚାରି ଭାଇ ଆଜିବି ନେପାଳରେ ସାମାନ୍ୟ ଜୀବନ ବଞ୍ଚୁଛନ୍ତି । ନେପାଳରେ ଜନ୍ମ ହୋଇ ଗୁରୁକୁଳ ଆଶ୍ରମରେ ନିଜର ଶିକ୍ଷା ଦିକ୍ଷା ଗ୍ରହଣ କରିଥିଲେ । ଏହାପରେ ଯୋଗ ଓ ଆୟୁର୍ବେଦରେ ନିଜର ଉପଲବ୍ଧି ହାସଲ କରିଥିଲେ । ଏହପରେ 2000ରେ ଯୋଗ ଗୁରୁ ବାବା ରାମଦେବଙ୍କ ପାଖକୁ ଆସିଥିଲେ । ରାମଦେବ ତାଙ୍କ ସହ ମିଶି ପତଞ୍ଜଳୀ ଯୋଗପୀଠ ଓ ଅନ୍ୟ ସଂସ୍ଥା ଗୁଡିକ ସ୍ଖାପନ କରିଥିଲେ । ଏହାପରଠାରୁ ସେ ଧୀରେ ଧୀରେ ଆଗକୁ ବଢିଥିଲେ ଆଉ ଆଜିର ସମୟରେ ପତଞ୍ଜଳୀ କେବଳ ଦେଶରେ ନୁହେଁ ବିଶ୍ବରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିପାରିଛି ।
ଜମି ବାଡିରେ ଜାରି ରଖିଛନ୍ତି କାମ
ଆଜିପର୍ଯ୍ୟନ୍ତ ବାଲକୃଷ୍ଣଙ୍କ ଜୀବନରେ ବେଶି କିଛି ପରିବର୍ତ୍ତନ ହୋଇନି । ଏବେବି ସେ ଧୋତି କୁର୍ତ୍ତା ପିନ୍ଧୁଛନ୍ତି ଆଉ ସାଧାରଣ ଜୀବନଯାପନ କରୁଛନ୍ତି । ସେ ଆଜିବି ପତଞ୍ଜଳୀ ଯୋଗପୀଠର କ୍ଷେତରେ କାମ କରୁଛନ୍ତି । ଏହାବ୍ୟତୀତ ଜଙ୍ଗଲରେ ବୁଲି ବୁଲି ଜଡିବୁଟି ସଂଗ୍ରହ କରି ସେଥିରୁ ଅନେକ ସାମଗ୍ରୀ ତିଆରି କରୁଛନ୍ତି ।