ହାଇଦ୍ରାବାଦ: ଭାରତୀୟ ବଜାରରେ ଏଣ୍ଟ୍ରି ନେବାକୁ ଯାଉଛି ଆସେର ଇଣ୍ଡିଆର ନୂଆ ଗେମିଂ ଲାପଟପ । ଏନେଇ ଗୁରୁବାର ବିଧିବଦ୍ଧ ଭାବେ କମ୍ପାନୀ ଘୋଷଣା କରିଛି । ତେବେ ଏହି ଲାପଟପର ଆଶ୍ଚର୍ଯ୍ୟକର କଥା ହେଉଛି କି ଭାରତୀୟ ବଜାରରେ ଏହାର ପ୍ରାରମ୍ଭିତ ମୂଲ୍ୟ 72,990 ରହିବ । ଯାହା ଦାମ ଓ ଫିଚର ତୁଳନାରେ ଅନ୍ୟ ଲାପଟପଙ୍କୁ କଡା ଟକ୍କର ଦେବ ବୋଲି ଆଶା କରାଯାଉଛି ।
ଏହି ଲାପଟପରେ 10ମ ଜେନେରେସନ ଇଣ୍ଟେଲ କୋର ପ୍ରୋସେସର ରହିବ । ଏଥିସହ ଏହାର ନାମ ରହିବ ନାଇଟ୍ରୋ 5 ଗେମିଂ ଲାପଟପ । ଏଥିରେ 144Hz ରିଫ୍ରେସ ରେଟଯୁକ୍ତ ନୂଆ ଧରଣର ଡିସପ୍ଲେ ରହିବ ବୋଲି କମ୍ପାନୀ ସୂଚନା ଦେଇଛି । ଯାହା ଗେମରଙ୍କୁ ଏକ ନୂଆ ଅନୁଭବ ଯୋଗାଇବ ।