ଓଡିଶା

odisha

ETV Bharat / bharat

ସନ୍ଦେହୀ ସ୍ବାମୀର ନାରକୀୟ କାଣ୍ଡ; ସ୍ତ୍ରୀ ଓ ଦୁଇ ସନ୍ତାନକୁ କଲା ନିର୍ମମ ହତ୍ୟା

ରାଜସ୍ଥାନର ହନୁମାନଗଡ ଜିଲ୍ଲାରେ ଅଭାବନୀୟ ଘଟଣା । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀ ସହ ଦୁଇ ସନ୍ତାନକୁ ହତ୍ୟା କରିଛି ଅଭିଯୁକ୍ତ । ପଢନ୍ତୁ ସମ୍ପୂର୍ଣ୍ଣ ଘଟଣା....

By

Published : Mar 3, 2020, 11:50 AM IST

Updated : Mar 3, 2020, 12:21 PM IST

Accused absconding after killing wife
ସନ୍ଦେହୀ ସ୍ବାମୀର ନାରକୀୟ କାଣ୍ଡ, ସ୍ତ୍ରୀ ଓ ଦୁଇ ସନ୍ତାନକୁ କଲା ନିର୍ମମ ହତ୍ୟା

ଜୟପୁର: ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ବାମୀ ଭୁଲିଗଲା ସମ୍ପର୍କ । ସ୍ତ୍ରୀ ଓ ଦୁଇ ସନ୍ତାନକୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜସ୍ଥାନ ହନୁମାନଗଡ ଜିଲ୍ଲା ଅନ୍ତର୍ଗତ ଶିବଦାନପୁର ଗାଁରେ । ଗତ ସୋମବାର ବିଳମ୍ବିତ ରାତିରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ।

ମୃତକ ହେଲେ ପତ୍ନୀ ସୁମନ ସିଂ ଦୁଇ ପୁଅ ବିନୋଦ ଓ କାର୍ତ୍ତିକ ସିଂ । 3 ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟାକରିବା ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ଚତ୍ତର ସିଂ । ସେପଟେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାରମ୍ଭିକ ତଦନ୍ତରୁ ସନ୍ଦେହ ପାଇଁ ହତ୍ୟା କରାଯାଇଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 3, 2020, 12:21 PM IST

ABOUT THE AUTHOR

...view details