ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ ସହ ସଂଘର୍ଷ ମଧ୍ୟରେ ଏପଟେ ଏଲଓସିରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅନୁପ୍ରବେଶର ହୀନ ପ୍ରୟାସ ଜାରି ରହିଛି । ହେଲେ ଏହାର କଡା ଜବାବ ଦେବାକୁ ପଛ ଘୁଞ୍ଚା ଦେଉନାହାନ୍ତି ଭାରତୀୟ ସେନା । ଏହି ମଧ୍ୟରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ କହିଛନ୍ତି, ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଅନେକ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି, କିନ୍ତୁ ଭାରତୀୟ ସେନାର ଆତଙ୍କବାଦ ବିରୋଧୀ ଅପରେସନ ଏହିପରି ଅନୁପ୍ରବେଶକୁ ପ୍ରଭାବଶାଳୀ ଭାବେ ଜବାବ ଦେଉଛିନ୍ତି ।
ସ୍ଥଳସେନା ମୁଖ୍ୟଙ୍କ ସୂଚନା, ଶୀତ ଋତୁ ପୂର୍ବରୁ ଆତଙ୍କୀଙ୍କୁ ଅନୁପ୍ରବେଶ ଲକ୍ଷ୍ୟରେ ପାକିସ୍ତାନ - ସ୍ଥଳସେନା ମୁଖ୍ୟ ସୂଚନା
ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଅନେକ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି, କିନ୍ତୁ ଭାରତୀୟ ସେନାର ଆତଙ୍କବାଦ ବିରୋଧୀ ଅପରେସନ ଏହିପରି ଅନପ୍ରବେଶକୁ ପ୍ରଭାବଶାଳୀ ଭାବେ ଜବାବ ଦେଉଥିବା ବୋଲି ସ୍ଥଳସେନା ମୁଖ୍ୟ କହିଛନ୍ତି । ଅଧିକ ପଢନ୍ତୁ...
ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପରେ ସମ୍ପ୍ରତି ହୋଇଥିବା ସଫଳତା ସମ୍ପର୍କରେ ସ୍ଥଳସେନା ମୁଖ୍ୟ କହିଛନ୍ତି ଯେ ସୁରକ୍ଷା ବାହିନୀଙ୍କ ଅପରେସନରେ ମୃତ ଆତଙ୍କବାଦୀଙ୍କ ସଂଖ୍ୟା ଏହା ସ୍ପଷ୍ଟ କରୁଛି ଯେ ପାକିସ୍ତାନ ବଡ ଯୋଜନା କାର୍ଯ୍ୟକାରୀ କରିବା କରିବା ଲକ୍ଷରେ ରହିଥିଲା । ଆମର ଆତଙ୍କବାଦ ବିରୋଧୀ ତଥା ଅନୁପ୍ରବେଶ ବିରୋଧୀ ଅପରେସନ ଗତିଶୀଳ ଏବଂ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ସ୍ଥଳସେନାମୁଖ୍ୟ କହିଛନ୍ତି ।
ସ୍ଥଳସେନା ମୁଖ୍ୟଙ୍କ ଅନୁଯାୟୀ ଗତ ସେପ୍ଟେମ୍ବର 24ରୁ 15 ଅକ୍ଟୋବର ମଧ୍ୟରେ ମୋଟ 17 ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସୁରକ୍ଷା ବାହିନୀ ଏନକାଉଣ୍ଟର କରିଛନ୍ତି । 14 ଅକ୍ଟୋବରରେ ପାକିସ୍ତାନର ସୀମାନ୍ତ ଜିଲ୍ଲା କୁପୱାଡାରେ ସଜାଗ ସୁରକ୍ଷାକର୍ମୀ ପାକିସ୍ତାନର ଆକ୍ରମଣ ଓ ଗତିବିଧିକୁ ରୋକିଥିଲେ। ସେ କହିଛନ୍ତି, ତଙ୍ଗଧାର ସେକ୍ଟରରେ 3ରୁ 4 ଜଣ ଅନୁପ୍ରବେଶକାରୀଙ୍କୁ ଏଲଓସି ନିକଟରେ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମଇଳିଥିଲା । ଯବାନମାନେ ଏହି ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ ।