ମୁମ୍ବାଇ: ବସକୁ ପିଟିଲା ଟ୍ରକ । ନାଗପୁର ଭଣ୍ଡାରା ରୋଡରେ ଏକ ସଡକ ଦୁର୍ଘଟଣାରେ 4ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଆହାତ ମାନଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ନିର୍ବନ୍ଧ ମୁଦି ନେଇ ଏକ ବସ ଯିବା ବେଳେ ଭଣ୍ଡାରାଠାରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାରେ ଭଣ୍ଡାରାଠାରେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକଟି ସେହି ବସକୁ ସାମ୍ନାରୁ ଜୋରଦାର ଧକ୍କା ଦେଇଥିଲା । ଫଳରେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ 4 ମଣଙ୍କ ମୃତ୍ୟୁ ଘଟିଛି ।
ବସକୁ ପିଟିଲା ଟ୍ରକ, 4 ମୃତ - ସଡକ ଦୁର୍ଘଟଣାରେ 4 ମୃତ
ନାଗପୁର ଭଣ୍ଡାରାରେ ସଡକ ଦୁର୍ଘଟଣା । 4 ଜଣଙ୍କ ମୃତ୍ୟୁ ଘଟିଛି । ଆହାତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ଖବର ପଢନ୍ତୁ...

Road Accident in Nagpur Bhandara
ମୋଦା ପୁଲିସ ଥାନାର କହିବା ଆନୁଯାୟୀ ସୋଡେରି ଗ୍ରାମ ପାଖରେ ଘଟଣାଟି ଘଟିଛି । ଦୁର୍ଘଟଣା ପରେ କିଛି ସମୟ ପର୍ଯ୍ୟନ୍ତ ଟ୍ରାଫିକ ଜାମ ରହିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସ୍ବାଭାବିକ କରିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ