ବିଶାଖାପାଟନମ: ବିଶାଖାପାଟନାମ ସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡରେ ଦୁର୍ଘଟଣା । କ୍ରେନ ଖସି ପଡିବାରୁ ଏଥିରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।
ସୂଚନାନୁସାରେ, ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ସ୍ଥିତ ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡରେ ଏକ କ୍ରେନ୍ ଖସିପଡିଥିଲା। ଜନସେନା ସମର୍ଥକ ରାମ କୃଷ୍ଣ କହିଛନ୍ତି, ରାତି ପ୍ରାୟ 12ଟାରେ ସିପୟାର୍ଡରେ ଏହି କ୍ରେନ୍ ଦୁର୍ଘଟଣା ଘଟିଥିଲା । ଲୋଡ୍ ପରୀକ୍ଷଣ ସମୟରେ କ୍ରେନ୍ ଖସିପଡିଥିଲା । ଗତ 90 ଦିନ ତଳେ ବିଶାଖାପାଟନମରେ ଏଲଜି ପଲିମର ଗ୍ୟାସ୍ ଲିକ୍ ଦୁର୍ଘଟଣା ଘଟିଥିଲା । ବର୍ତ୍ତମାନ ଏହି ଦୁର୍ଘଟଣା ଘଟିଛି ।
ସେ ଆହୁରି ମଧ୍ୟ କହିଛନ୍ତି, ସୁରକ୍ଷା ଅଡିଟ୍ ନଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି । ସରକାର ସୁରକ୍ଷା ଅଡିଟ୍ ବ୍ୟବସ୍ଥା କରିବା ଉଚିତ ଏବଂ ଯେଉଁମାନଙ୍କର ସୁରକ୍ଷା ଅଡିଟ୍ କରାଯାଇନାହିଁ ସେମାନଙ୍କ ଲାଇସେନ୍ସ ବାତିଲ କରିବା ଉଚିତ୍ ।