ଓଡିଶା

odisha

ETV Bharat / bharat

ଶୁକ୍ରବାର ସ୍ବାଭାବିକ ହେବ ଜମ୍ମୁ-କାଶ୍ମୀର, ଖୋଲିବ ସ୍କୁଲ

ଶୁକ୍ରବାର ଖୋଲିବ ଜମ୍ମୁ-କାଶ୍ମୀରର ସମସ୍ତ ଶିକ୍ଷାନୁଷ୍ଠାନ । ପ୍ରଶାସନ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ଶ୍ରୀନଗରରେ ଥିବା ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ନିର୍ଦ୍ଦେଶନାମା ଲାଗୁ ହେବ ।

ପ୍ରତୀକାତ୍ମକ ଫଟୋ

By

Published : Aug 8, 2019, 11:27 PM IST

ନୂଆଦିଲ୍ଲୀ: ଏବେବି ଜମ୍ମୁ-କାଶ୍ମୀରରେ ଅଘୋଷିତ କର୍ଫ୍ୟୁ ସତ୍ତ୍ବେ ବି ଆସନ୍ତାକାଲି ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ । ସାମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଏହି ବିଜ୍ଞପ୍ତି ଅନୁସାରେ, ଡିଭିଜନାଲ ସ୍ତରଠାରୁ ଆରମ୍ଭ କରି ଶ୍ରୀନଗରରେ ଥିବା ସଚିବାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ । ଜମ୍ମୁ-କାଶ୍ମୀର ମୁଖ୍ୟ ଶାସନ ସଚିବ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ଆସନ୍ତାକାଲି ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ସୂଚନା ଦେଇଛନ୍ତି ।

କର୍ମଚାରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି। ଅଗଷ୍ଟ ୫ରୁ ଏହି କର୍ଫ୍ୟୁ ଜମ୍ମୁ -କାଶ୍ମୀରରେ ଜାରି ହୋଇଥିଲା ।

ABOUT THE AUTHOR

...view details