ଓଡିଶା

odisha

ETV Bharat / bharat

ଜାତୀୟ ଲ' ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ଫି’ ଛାଡ ଦାବି କଲା ABVP - ଜାତୀୟ ଲ' ୟୁନିଭର୍ସିଟି

ଜାତୀୟ ଲ' ୟୁନିଭର୍ସିଟିର ଶୁଳ୍କ ହ୍ରାସ କରିବାକୁ ଦାବି କରିଛି ଏବିଭିପି। ଛାତ୍ର ସଂଗଠନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଏକ ସ୍ମାରକପତ୍ର ପଠାଇଛି । ଅଧିକ ପଢନ୍ତୁ...

ଜାତୀୟ ଲ' ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ଫି ଛାଡ ଦାବି କଲା ABVP
ଜାତୀୟ ଲ' ୟୁନିଭର୍ସିଟି ଛାତ୍ରଛାତ୍ରୀଙ୍କ ଫି ଛାଡ ଦାବି କଲା ABVP

By

Published : Aug 26, 2020, 8:33 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ମହାମାରୀ କୋରୋନାର ପ୍ରକୋପ । ଦେଶର ସମସ୍ତ ସ୍କୁଲ କଲେଜ ବନ୍ଦ ସାଙ୍ଗକୁ ଆର୍ଥିକ ବୋଝ ଯୋଗୁଁ ଭାରାକ୍ରାନ୍ତ ହୋଇପଡିଛନ୍ତି ଛାତ୍ରଛାତ୍ରୀ । ଏପରି ସ୍ଥିତିରେ ସ୍କୁଲ କଲେଜରେ ବିନା ପାଠପଢାରେ ଦେୟ ଭରଣା କରିବା ଛାତ୍ରଛାତ୍ରୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ତେବେ ଛାତ୍ରଛାତ୍ରୀଙ୍କ ଦୁଃଖର ସମୟରେ ଛିଡା ହୋଇଛି ସର୍ବବୃହତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ।

ଜାତୀୟ ଲ' ୟୁନିଭର୍ସିଟିର ଶୁଳ୍କ ହ୍ରାସ କରିବାକୁ ଦାବି କରିଛି ଏବିଭିପି। ଛାତ୍ର ସଂଗଠନ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଏକ ସ୍ମାରକପତ୍ର ପଠାଇଛି । ଛାତ୍ରଛାତ୍ରୀମାନେ ସବୁଯାକ ଟଙ୍କା ଏକା ସାଙ୍ଗରେ ପଇଠ କରିବା ବଦଳରେ କିସ୍ତିରେ ଦେୟ ଦେବାକୁ ଦାବି ହୋଇଛି ।

ଏବିଭିପି ପକ୍ଷରୁ କୁହାଯାଇଛି ଯେ କୋରୋନା ମହାମାରୀ ସମୟରେ ଛାତ୍ରମାନଙ୍କ ପାଠପଢା ବନ୍ଦ ଥିବାରୁ ଦେୟ ଆଦାୟ କରାଯିବା ଉଚିତ ନୁହେଁ। ଫି ପ୍ରଦାନରେ ବିଳମ୍ବ ହେତୁ କୌଣସି ଜୋରିମାନା ଆଦାୟ ନହେଉ ବୋଲି ମଧ୍ୟ ଦାବି କରାଯାଇଛି। ଗୁଜୁରାଟ ନ୍ୟାସନାଲ ଲ ୟୁନିଭର୍ସିଟି (ଜିଏନଏଲୟୁ)ର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାୟ 63,000 ଟଙ୍କା ରିହାତି ନେଇ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଏବିଭିପି ଅନ୍ୟ ବିଶ୍ବବିଦ୍ୟାଳୟରେ ସମାନ ଫି ଛାଡ ଦାବି କରିଛି ।

ABOUT THE AUTHOR

...view details