ଓଡିଶା

odisha

ETV Bharat / bharat

ଅଭାବ ଅନଟନରେ ଭାରତ ଫେରିବାକୁ ଚାହୁଁଛନ୍ତି ପ୍ରବାସୀ ଶ୍ରମିକ, ମାତ୍ର ଅର୍ଥ ବାଧକ

ଖାଦ୍ୟ ସାମଗ୍ରୀ ଅଭାବ, ବେରୋଜଗାରୀ, ଅସ୍ବାସ୍ଥକର ପରିବେଶ, ଅର୍ଥ ଅଭାବ ଓ ସରକାରୀ କ୍ଷେତ୍ରରେ କୌଣସି ବିଶ୍ବସନୀୟ ପଦକ୍ଷେପର ଅଭାବ ପ୍ରବାସୀ ଶ୍ରମିକଙ୍କ ମନରେ ଭାରତ ଫେରିବା ଆଶାକୁ ମାରିଦେଇଛି ।

migrant workers
ଭାରତ ଫେରିବାକୁ ଚାହୁଁଛନ୍ତି ପ୍ରବାସୀ ଶ୍ରମିକ

By

Published : May 7, 2020, 3:00 PM IST

ହାଇଦ୍ରାବାଦ: ଇଣ୍ଟରନ୍ୟାସନାଲ ଅରଗାନାଇଜେସନ୍ ଫର୍ ମାଇଗ୍ରେସନ(2020) ଦ୍ବାରା ପ୍ରକାଶ କରାଯାଇଥିବା ୱାର୍ଲ୍ଡ ମାଇଗ୍ରେସନ ରିପୋର୍ଟ ଅନୁସାରେ ପ୍ରାୟ 289 ମିଲିୟନ ଜନସଂଖ୍ୟା ଏବେବି ବିଶ୍ବରେ ଚଳ ପ୍ରଚଳିତ ହେଉଛନ୍ତି । ପ୍ରବାସୀ ଶ୍ରମିକଙ୍କ ବିଶ୍ବରେ ଚଳ ପ୍ରଚଳ ସମସ୍ତ ଦେଶର ମାନବ ଅଧିକାରକୁ ନେଇ ପ୍ରଶ୍ନ ସୃଷ୍ଟି କରୁଛି ।

ଅନ୍ତର୍ଜାତୀୟ ମିଡିଆ ଅନେକ ସମୟରେ ଏହାକୁ ଦୃଷ୍ଟି ଆକର୍ଷଣ କରିଛି । ଭାରତରେ ପ୍ରବାସୀ ଶ୍ରମିକଙ୍କ ସ୍ଥାନାନ୍ତରଣ ଏକ ପ୍ରକାର ସମ୍ପୁର୍ଣ୍ଣ ବିଶ୍ବରେ ଧ୍ୟାନର କେନ୍ଦ୍ରବିନ୍ଦୁ ପାଲଟିଛି । ଭାରତର ବୈଦେଶିକ ମନ୍ତ୍ରଣାଳୟ ମତରେ ପ୍ରାୟ 28. 19 ମିଲିୟନ ଭାରତୀୟ ବିଦେଶରେ ରହୁଛନ୍ତି । ଏନଆରଆଇ 12.49 ମିଲିୟନ ହୋଇଥିବା ବେଳେ ପିଆଇଓ 15.59 ମିଲିୟନ । ଭାରତୀୟ ମାନଙ୍କର ବିଭିନ୍ନ ଦେଶକୁ ଯିବାଆସିବା କରିବାରେ ଅନେକ ପୁରୁଣା । ଇଣ୍ଟରନ୍ୟାସନାଲ ମାଇଗ୍ରେଣ୍ଟର ଅନୁମାନ ଅନୁସାରେ, 4.5 ମିଲିୟନ ଭାରତୀୟ ବର୍ତ୍ତମାନ କେବଳ ଆମେରିକାରେ ରହୁଛନ୍ତି । ସେମାନଙ୍କ ମଧ୍ୟରୁ 3.5 ମିଲିୟନ ଏନଆରଆଇ । ଅନ୍ୟପକ୍ଷେ ସଂଯୁକ୍ତ ଆରବ ଏମିରେଟ୍ସରେ 3.42 ମିଲିୟନ ଭାରତୀୟ ରହୁଛନ୍ତି । ବେହରିନରେ 10391, କୁଏତରେ 1.02 ମିଲିୟନ, ଓମାନରେ 0.78 ମିଲିୟନ, କତରରେ 0.74 ମିଲିୟନ, ସାଉଦୀ ଆରବ 2.59 ମିଲିୟନ ଅଛନ୍ତି ।

ପୂର୍ବରୁ ମଧ୍ୟ ଅନେକ ଭାରତୀୟ ମିଡିଲ-ଇଷ୍ଟକୁ ଯାଇଥିଲେ । 1970ରୁ ଭାରତରୁ ଗଲ୍ଫ ଦେଶ ଗୁଡିକୁ ଯିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଓପିଇସି ରିପୋର୍ଟ ଅନୁସାରେ, ଗଲ୍ଫ ଦେଶ ଗୁଡିକରେ ମୁଖ୍ୟତଃ ଦକ୍ଷିଣ ଭାରତର ଅନେକ ଲୋକ କାମ କରୁଛନ୍ତି । ଗଲ୍ଫ ଦେଶରେ ଥିବା ତେଲ ଫ୍ୟାକ୍ଟ୍ରି ଗୁଡିକରେ ଦକ୍ଷିଣ ଭାରତର ଅନେକ ହିଁ କାମ କରିଥାନ୍ତି । ତାମିଲନାଡୁ, କେରଳ, ତେଲେଙ୍ଗାନା, ଆନ୍ଧ୍ରାପ୍ରଦେଶର ଅନେକ ।

1970ରେ ମୁସଲମାନ ଜନସଂଖ୍ୟା ବୃଦ୍ଧି ଓ ବେରୋଜଗାରୀ କାରଣରୁ ହିଁ ଗଲ୍ଫ ଦେଶକୁ ଅନେକ ସ୍ଥାନାନ୍ତର ହେବାକୁ ଲାଗିଲେ । କିଛି ଯେତେବେଳେ ଟଙ୍କା ରୋଜଗାର କଲେ ସେତେବେଳେ ବାକି ଲୋକଙ୍କୁ ମଧ୍ୟ ସେଠାକୁ ଯିବାକୁ ଇଚ୍ଛା ହେଲା । ଗଲ୍ଫ ଦେଶ ମଧ୍ୟ ଅନେକ ଅଣକୁଶଳୀ ଶ୍ରମିକଙ୍କୁ ସ୍ବୀକାର କଲା । 2-5 ବର୍ଷର କାମ ପରେ ସେମାନଙ୍କ କଣ୍ଟ୍ରାକ୍ଟ ଶେଷ ହୋଇଗଲେ ସେମାନେ ପୁଣି ନିଜ ରାଜ୍ୟକୁ ଫେରିଆସିଲେ । ଏହାପରେ ସେମାନେ ଧିରେ ଧିରେ ନିଜ ପରିବାର ସହ ମଧ୍ୟ ଯିବାକୁ ଆରମ୍ଭ କଲେ । ଫଳରେ ଗଲ୍ଫ ଦେଶ ଗୁଡିକୁ ଯିବା ପାଇଁ ଲୋକ ଆଗ୍ରହୀ ହେଲେ ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ପ୍ରାୟ 8.5 ମିଲିୟନ ଭାରତୀୟ ଗଲ୍ଫ ଦେଶରେ ବାସ କରୁଛନ୍ତି । 2019 ରେ 45 ପ୍ରତିଶତ ଭାରତୀୟ ଶ୍ରମିକ ଯାଇଥିଲେସାଉଦି ଆରବକୁ, ପରେ ସଂଯୁକ୍ତ ଆରବ ଏମିରେଟ୍ସ (22 ପ୍ରତିଶତ) କୁଏତ (13 ପ୍ରତିଶତ), କତାର (9 ପ୍ରତିଶତ), ଓମାନ (8 ପ୍ରତିଶତ) ଏବଂ ବହାରେନ (3 ପ୍ରତିଶତ) । ଗଲ୍ଫ ଦେଶରେ ପ୍ରାୟ ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ କର୍ମଚାରୀ ହିଁ ଅଛନ୍ତି ।

1999ରୁ 2007 ମଧ୍ୟରେ ପ୍ରାୟ 160,000 ରୁ 777,000 କର୍ମଚାରୀ ଗଲ୍ଫ ଦେଶକୁ ଯାଇଛନ୍ତି । ଏକ ରିପୋର୍ଟ ଅନୁସାରେ, ପ୍ରାୟ 53 ଦେଶର 3336 ଭାରତୀୟ କୋରୋନା ପଜିଟିଭ୍ । ସେମାନଙ୍କ ମଧ୍ୟରୁ 25ଜଣଙ୍କ ମୃତ୍ୟୁ ହୋଇସାରିଛି । କୁଏତରେ 530, ଦୁବାଇରେ 500ରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତ ହୋଇଛନ୍ତି । କୋଭିଡ-19 ସ୍ଥିତି ବିଶ୍ବରେ କେବଳ ମାନବ ସମାଜ ପ୍ରତି ବିପଦ ନୁହେଁ ବରଂ ସମ୍ପୁର୍ଣ୍ଣ ଅର୍ଥନୀତି ଓ ସାମାଜିକ କ୍ଷେତ୍ରରେ ଏକ ବଡ ବିପଦ । ଏହା ଉଭୟ ଭାରତ ଓ ଗଲ୍ଫ ଦେଶ ପାଇଁ ଚିନ୍ତାର ବିଷୟ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର 17 ଏପ୍ରିଲ 2020 ରିପୋର୍ଟ ଅନୁସାରେ ସେଠାରେ ପ୍ରାୟ 20 ହଜାର 601 ମାମଲା ସାମ୍ନାକୁ ଆସିଛି । ଇଣ୍ଟରନ୍ୟାସନାଲ ଲେବର୍ ଅରଗାନାଇଜେସନ ଅନୁସାରେ ଗଲ୍ଫ ଦେଶର ବିଶ୍ବରେ ସର୍ବାଧିକ 70. 4 ପ୍ରତିଶତ ଅଲଗା ଦେଶର ନାଗରିକ ଅଛନ୍ତି । ତେଣୁ ସେଠାରେ ପ୍ରାୟ 14 ହଜାର 503 ପ୍ରବାସୀ ବର୍ତ୍ତମାନ କୋରୋନା ସଂକ୍ରମିତ ।

ଏହି ପ୍ରବାସୀ ମାନେ ସାଧାରଣତଃ ତମ୍ବୁ କିମ୍ବା ଡରମିଟୋରୀରେ ରହିଥାନ୍ତି । ସହର ବାହାରେ ହିଁ ଏମାନଙ୍କ ଘର । ସେମାନଙ୍କ ପାଖରେ ସ୍ବଚ୍ଛତାରେ ମଧ୍ୟ ଏତେ ସୁବିଧା ନଥାଏ । ତେବେ ସେଠାରେ କ୍ବାରେନଟାଇନର ସୁବିଧା କରାଯାଇଥିବା ବେଳେ ସାମାଜିକ ଦୂରତାର ନିୟମ କଡାକଡି ପାଳନ କରିବାକୁ କୁହାଯାଉଛି । କିନ୍ତୁ ପ୍ରାୟ ଭାରତୀୟ ଭାରତ ଫେରିବାକୁ ଚାହୁଁଛନ୍ତି । ଭାରତର ବିଭିନ୍ନ ରାଜ୍ୟର ଲୋକ ଅଲଗା ଦେଶରେ ଅଛନ୍ତି । ସେମାନ ଦେଶକୁ ଫେରିବା ପରେ ସେମାନଙ୍କ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ବହନ କରିବ । ମୁଖ୍ୟତଃ କେରଳ ପାଇଁ ସାମାନ୍ୟ ଅସୁବିଧା ହୋଇପାରେ । ପୂର୍ବ ଥର ଯେବେ ପ୍ରବାସୀ ଫେରିଥିଲେ ସେମାନଙ୍କୁ ରାଜ୍ୟ ସରକାର ଟ୍ରାକ୍ କରିବା ସହ ସ୍ଥିତି ସମ୍ଭାଳିବାକୁ ସମୟ ଲାଗିଥିଲା । ବର୍ତ୍ତମାନ ବି ପୁଣି ପ୍ରବାସୀ ଆସିବା ଦ୍ବାରା ରାଜ୍ୟରେ ଅନେକ ଅସୁବିଧା ଦେଖାଯିବ । ପୁଣି ଥରେ ସେମାନଙ୍କୁ ଟ୍ରାକ୍ କରିବାର ଆବଶ୍ୟକତା ରହିଛି । ଏହାସହ ସେମାନେ ଫେରିବା ଦ୍ବାରା ଦେଶରେ ବେରୋଜଗାରୀର ମାତ୍ରା ବଢିବାର ଅନେକ ଆଶଙ୍କା ରହିଛି ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଯେଉଁଠି ସେମାନେ ଏତେ ବର୍ଷ ହେଲା ରହି ଆସୁଥିଲେ ବର୍ତ୍ତମାନ ସେ ସ୍ଥାନ ଛାଡିବାକୁ କାହିଁକି ବ୍ୟାକୁଳ ହେଉଛନ୍ତି । ସେଠାରେ ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ସାଧାରଣତଃ କଠିନ ହୋଇଥାଏ । ଗଲ୍ଫ ସହର ବାହାରେ ସେମାନଙ୍କର ବସତି ଫଳରେ ନା ସେମାନଙ୍କ ପାଇଁ ଖାଦ୍ୟ ସାମଗ୍ରୀ ମିଳିବା ସହଜ ହେଲା ନା ବିନା କାମରେ ଅର୍ଥର ବନ୍ଦୋବସ୍ତ । ଏହାଫଳରେ ସେମାନେ ଫେରିବା ନିଶ୍ଚିତ । ଫେରିବା ପରେ ପୁଣି ଥରେ ନିଜ କର୍ମସ୍ଥଳୀକୁ ଫେରିବେ ତାହା ବି ସୁନିଶ୍ଚିତ ନୁହେଁ । ତେଣୁ ସେମାନେ ନିଜ ଦେଶକୁ ଫେରିବାକୁ ବାଧ୍ୟ ।

-ପରିତଲା ପୁରୁଷୋତ୍ତମ

ABOUT THE AUTHOR

...view details