ଓଡିଶା

odisha

ETV Bharat / bharat

ପ୍ରଧାନମନ୍ତ୍ରୀଙ୍କ ବୈଠକରେ କେରଳ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ବିଜେପିର ସମାଲୋଚନା

ପ୍ରଧାନମନ୍ତ୍ରୀଙ୍କ ବୈଠକରେ କେରଳ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତି । ମୁଖ୍ୟମନ୍ତ୍ରୀ ପିନରାୟିଙ୍କ ଏପରି ଅନୁପସ୍ଥିତି ଗ୍ରହଣନୀୟ ନୁହେଁ ବୋଲି ସମାଲୋଚନା କଲା ବିଜେପି । ଅଧିକ ପଢନ୍ତୁ...

By

Published : Apr 28, 2020, 8:11 AM IST

ପ୍ରଧାନମନ୍ତ୍ରୀଙ୍କ ବୈଠକରେ କେରଳ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ବିଜେପିର ସମାଲୋଚନା
ପ୍ରଧାନମନ୍ତ୍ରୀଙ୍କ ବୈଠକରେ କେରଳ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ବିଜେପିର ସମାଲୋଚନା

ଥିରୁଅନନ୍ତପୁରମ: ଲକଡାଉନ ଶେଷ ହେବା ପୂର୍ବରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଲକଡାଉନ ସମୀକ୍ଷା କରିବା ସହ ଆଗକୁ କିପରି ପଦକ୍ଷେପ ଗ୍ରହଣ କରାଯିବା ସେନେଇ ବିଚାର ବିମର୍ଶ ହୋଇଛି । ହେଲେ ଏହି ବୈଠକରେ କେରଳ ମୁଖ୍ୟମନ୍ତ୍ରୀ ଯୋଗ ଦେଇନଥିବା ତାଙ୍କୁ ସମାଲୋଚନା କରିଛି ବିଜେପି ।

ବିଜେପି ରାଜ୍ୟ ମୁଖ୍ୟ କେ ସୁରେନ୍ଦ୍ରନ କହିଛନ୍ତି, ସମଗ୍ର ଦେଶ ମହାମାରୀ କୋରୋନା ସହ ଲଢେଇ କରୁଛି । ଏପରି ବୈଠକରେ ଅନୁପସ୍ଥିତ ରହିବା ଗ୍ରହଣନୀୟ ନୁହେଁ । ପୂର୍ବ ବୈଠକରେ ଯୋଗ ଦେଇଥିବା ସମସ୍ତ ମୁଖ୍ୟମନ୍ତ୍ରୀ ଏଥର ମଧ୍ୟ ସାମିଲ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନଙ୍କ ଅନୁପସ୍ଥିତି ଏଠି କୌଣସି ଯର୍ଥାଥ ଦେଉନାହିଁ ।

ତେବେ ପିନରାୟି ତାଙ୍କ ଦୈନିକ କୋଭିଡ ସମ୍ପର୍କୀୟ ସୂଚନା ଦେବା ସମୟରେ କହିଛନ୍ତି ଯେ, କେନ୍ଦ୍ର କ୍ୟାବିନେଟ ସଚିବଙ୍କ ସୂଚନା ଅନୁସାରେ ରବିବାର ହୋଇଥିବା ବୈଠକରେ କେତେକ ମୁଖ୍ୟମନ୍ତ୍ରୀ ତାଙ୍କର ମତ ରଖିବାକୁ ସୁଯୋଗ ମିଳିଥିଲା । କୋଭିଡ-19କୁ ନେଇ ନିଜ ରାଜ୍ୟ ସମ୍ପର୍କୀତ ସମସ୍ତ ସୂଚନା ଏବଂ ଯୋଜନା କ୍ୟାବିନେଟ କୁ ଜଣାଇଛନ୍ତି ବୋଲି ପିନରାୟି କହିଛନ୍ତି ।

For All Latest Updates

ABOUT THE AUTHOR

...view details