ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ସଠିକ ଭାବେ ପରିଚାଳନା କରିବା ପାଇଁ ଲାଗିଛି ନିର୍ବାଚନ ଆୟୋଗ । ବର୍ତ୍ତମାନ ଯାଏ ୩ ହଜାର ୩୩୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅବୈଧ ମଦ, ନଗଦ ଟଙ୍କା ଓ ଆଭୂଷଣ ଜବତ କରିଛି ଆୟୋଗ । ଏହି ରାଶି ଗତ ଲୋକସଭା ନିର୍ବାଚନର ମୋଟ ଖର୍ଚ୍ଚ ଠାରୁ କମ ହେବ ।
ଲୋକସଭା ନିର୍ବାଚନ ୨୦୧୯: ଜବତ ହୋଇଛି ୩ ହଜାର କୋଟିରୁ ଉର୍ଦ୍ଧ୍ବ ଅବୈଧ ସାମଗ୍ରୀ - lok sabha election
ବର୍ତ୍ତମାନ ଯାଏଁ ୩ ହଜାର ୩୩୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅବୈଧ ମଦ, ନଗଦ ଟଙ୍କା ଓ ଆଭୂଷଣ ଜବତ କରିଛି ଆୟୋଗ । ୨୦୧୪ ଲୋକସଭା ନିର୍ବାଚନକୁ ସମ୍ପନ୍ନ କରିବା ପାଇଁ ୩ ହଜାର ୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
୨୦୧୪ ଲୋକସଭା ନିର୍ବାଚନକୁ ସମ୍ପନ୍ନ କରିବା ପାଇଁ ୩ ହଜାର ୮୭୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ୩ଟି ପର୍ଯ୍ୟାୟର ମତଦାନ ସରିବାକୁ ବାକି ରହିଛି । ତେଣୁ ଆହୁରି ସାମଗ୍ରୀ ଜବତ ହେବା ସହ ଏହାର ମୂଲ୍ୟରେ ବୃଦ୍ଧି ଆସିପାରେ । ୨୦୧୪ ଲୋକସଭା ନିର୍ବାଚନରେ ଜବତ ଅବୈଧ ସାମଗ୍ରୀର ମୂଲ୍ୟ ୧୨୦୦ କୋଟି ଟଙ୍କା ଥିଲା ।
ଚଳିତ ନିର୍ବାଚନରେ ଫ୍ଲାଇଂ ସ୍କ୍ବାଡ ବର୍ତ୍ତମାନ ଯାଏ ୬୬,୪୧୭ କିଲୋଗ୍ରାମରୁ ଅଧିକ ମାଦକ ପଦାର୍ଥ ଜବତ କରିଛି । ଏହାର ବଜାର ମୂଲ୍ୟ ପ୍ରାୟ ୧୨୩୮.୮୯ କୋଟି ହେବ । ୟୁପିରୁ ସର୍ବାଧିକ ୨୦ ହଜାରରୁ ଉର୍ଦ୍ଧ୍ବ ମାଦକ ପଦାର୍ଥ ଜବତ କରାଯାଇଛି । ସେହିପରି ମଧ୍ୟପ୍ରଦେଶରୁ ୧୬ ହଜାର, ମହାରାଷ୍ଟ୍ରରୁ ୧୫ ହଜାର କିଲୋଗ୍ରାମ ମାଦକ ଦ୍ରବ୍ୟ ଜବତ କରାଯାଇଛି । ବର୍ତ୍ତମାନ ଯାଏଁ ୯୭୫ କୋଟି ଟଙ୍କାର ଆଭୂଷଣ ଜବତ କରାଯାଇଛି । ତାମିଲନାଡୁରୁ ୩୦୭୦ କିଲୋଗ୍ରାମ ସୁନା, ରୂପା ଓ ମୂଲ୍ୟବାନ ଆଭୂଷଣ ଜବତ କରାଯାଇଛି । ଏହାର ବଜାର ମୂଲ୍ୟ ୭୦୮ କୋଟି ଟଙ୍କା ହେବ ।