ବେଙ୍ଗାଲୁରୁ :ସ୍କେଟିଂରେ କମାଲ କଲେ କର୍ଣ୍ଣାଟକ ବେଲାଗାଭିର ଅଭିଷେକ ନାଭାଲେ । ଗିନିଜ ବୁକ ଅପ ରେକର୍ଡରେ ପାଇଲେ ସ୍ଥାନ । 100 ମିଟର ଇନଲାଇନ ସ୍କେଟିଂ ପ୍ରତିଯୋଗିତାରେ ଅଭିଷେକ ନାଭାଲେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଦୂରତାକୁ 12.97 ସେକେଣ୍ଡରେ ଅତିକ୍ରମ କରି ସେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ଏହାପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ଡେଭିଡ ସେଲ୍ସବେରୀଙ୍କ ନାମରେ ନାମିତ ହୋଇଥିଲା।
ଅଭିଷେକ ଏକ ଗରିବ ଶ୍ରେଣୀର ହୋଇଥିବାରୁ ସ୍କେଟିଂ କିଣିବା ପାଇଁ ତାଙ୍କ ପାଖରେ ପଇସା ନ ଥିଲା । 2011 ସସିହରେ ଅଭିନେତା ଦର୍ଶନ ଏକ ଫିଲ୍ମର ସୁଟିଂ ପାଇଁ ବେଲାଗାଭି ଯାଇଥିଲେ ।