ଓଡିଶା

odisha

ETV Bharat / bharat

ଛାତ୍ରଛାତ୍ରୀ ପଢିବେ ଅଭିନନ୍ଦନଙ୍କ ବୀରତ୍ବ କାହାଣୀ

ରାଜସ୍ଥାନ ସରକାର ଘୋଷଣା କରିଛନ୍ତି ଏବେ ପିଲାଙ୍କ ପାଠ୍ୟକ୍ରମରେ ଅଭିନନ୍ଦନଙ୍କ ବୀରତାର କଥା ସ୍ଥାନ ପାଇବ । ପିଲାଏ ବୀର କମାଣ୍ଡରଙ୍କ ସାହସିକ କାହାଣୀ ନିଜ ପଢା ବହିରେ ପଢିବେ । ଏନେଇ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସ୍ରା ପ୍ରସ୍ତାବ ଦେଇଛନ୍ତି ।

ଡିଜାଇନ ଫଟୋ

By

Published : Mar 6, 2019, 9:33 AM IST

ରାଜସ୍ଥାନ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଏବେ କେବଳ ସାରା ଦେଶରେ ଚର୍ଚ୍ଚିତ ନାହାନ୍ତି, ତାଙ୍କ ବୀରତ୍ବର ଗାଥାର ପ୍ରଶଂସା ସାରା ବିଶ୍ବ କରୁଛି । ସେ କେବଳ ଜଣେ ପାଇଲଟ ହୋଇନାହାନ୍ତି । ସମଗ୍ର ଦେଶ ପାଇଁ ସେ ପାଲଟିଛନ୍ତି ହିରୋ । ଆଉ ଏବେ ତାଙ୍କ ଦେଶପ୍ରେମ ଇତିହାସରେ ଲିପିବଦ୍ଧ ହୋଇ ରହିବ । କାରମ ଆଗାମୀ ପିଢି ତାଙ୍କ ବୀରତ୍ବର ଗାଥା ପଢିବାକୁ ଯାଉଛନ୍ତି ।

ରିପୋର୍ଟ ଅନୁସାରେ ରାଜସ୍ଥାନ ସରକାର ଘୋଷଣା କରିଛନ୍ତି ଏବେ ପିଲାଙ୍କ ପାଠ୍ୟକ୍ରମରେ ଅଭିନନ୍ଦନଙ୍କ ବୀରତାର କଥା ସ୍ଥାନ ପାଇବ । ପିଲାଏ ବୀର କମାଣ୍ଡରଙ୍କ ସାହସିକ କାହାଣୀ ନିଜ ପଢା ବହିରେ ପଢିବେ । ଏନେଇ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସ୍ରା ପ୍ରସ୍ତାବ ଦେଇଛନ୍ତି । ନିଜ ଟ୍ବିଟର ଆକାଉଣ୍ଟରେ ସେ ଟ୍ବିଟ କରି ଏହା ପ୍ରକାଶ କରିଛନ୍ତି । ଏହାସହ ନିଜ ଫେସବୁକରେ ମଧ୍ୟ ସେ ସମାନ କଥା ଦୋହରାଇଛନ୍ତି ।

ଗୋବିନ୍ଦ ଲେଖିଛନ୍ତି ଯେ ଅଭିନନ୍ଦନ ତାଙ୍କ ଶିକ୍ଷା ଯୋଧପୁରରେ ଗ୍ରହଣ କରିଛନ୍ତି । ତେଣୁ ରାଜସ୍ଥାନରେ ଏହି ପଦକ୍ଷେପ ନିଆଯିବା ଦ୍ୱାରା ତାଙ୍କ ପାଇଁ ଓ ତାଙ୍କ ସାହସିକତା ପାଇଁ ଏକ ସମ୍ମାନ ହେବ । ପୂର୍ବରୁ ମଧ୍ୟ ପିଲାଙ୍କ ପାଠ୍ୟକ୍ରମରେ ପୁଲୱାମା ଆକ୍ରମଣରେ ଶହୀଦ ଯବାନଙ୍କ କାହାଣୀ ସାମିଲ କରିବାକୁ ସେ ପ୍ରସ୍ତାବ ଦେଇଥିଲେ । ଏହାକୁ ସିଲାବସ ରିଭ୍ୟୁ କମିଟି ଗ୍ରହଣ କରିଥିଲା । ନିକଟରେ ରାଜସ୍ଥାନ ସରକାର 31.5 କୋଟି ବ୍ୟୟରେ ସିକାରରେ ଏକ ଡିଫେନ୍ସ ଏକାଡେମୀ ନିର୍ମାଣ କରିବାକୁ ସ୍ଥିର କରିଛନ୍ତି ।

ABOUT THE AUTHOR

...view details