ନୂଆଦିଲ୍ଲୀ: ଭାରତର ଗର୍ବ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମରେ ଆସିଲା ଯୋଜନା । ଅଭିନନ୍ଦନଙ୍କ ବଳିଦାନକୁ ଗୁରୁତ୍ୱ ଦେଇ ହରିୟାଣା ବିଶ୍ୱକର୍ମା କୌଶଳ ବିଶ୍ୱବିଦ୍ୟାଳୟ ଆଣିଛି ନୂଆ ସ୍କିମ । ଆସନ୍ତା 2019-20 ପାଠ୍ୟକ୍ରମରେ ଏହି ଯୋଜନା ଲାଗୁ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।
ଭାରତୀୟ ସେନାର ଶହୀଦଙ୍କ ପତ୍ନୀ, ବୀରତା ପୁରସ୍କାରପ୍ରାପ୍ତ ଶହୀଦଙ୍କ ପତ୍ନୀ ଓ ପିଲାମାନଙ୍କୁ ମିଳିବ ଅଭିନନ୍ଦନ ଯୋଜନାରେ ଫାଇଦା । ଏହି ସ୍କିମ ଅନୁସାରେ କୋର୍ସ ଫି, ବହିପତ୍ର, ଖାଇବା ପିଇବା, ହୋଟେଲ ଓ ଯାତ୍ରା ଖର୍ଚ୍ଚ ଆଦି ତୁଲାଇବ ବିଶ୍ୱବିଦ୍ୟାଳୟ । ଅଭିନନ୍ଦନ ସ୍କିମର ଲାଭ ଉଠାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଚଳିତ ବର୍ଷ କୌଣସି ପାଠ୍ୟକ୍ରମରେ ଆବେଦନ କରି ପାରିବେ ।