ଓଡିଶା

odisha

By

Published : Jan 26, 2020, 7:36 PM IST

ETV Bharat / bharat

'ଭାରତରେ ଥିଲେ ନୋବେଲ ପୁରସ୍କାର ପାଇନଥାନ୍ତି'

ଭାରତରେ ରହିଥିଲେ ନୋବେଲ ପୁରସ୍କାର ଜିତି ପାରିନଥାନ୍ତି ବୋଲି କହିଛନ୍ତି ପ୍ରବାସୀ ଭାରତୀୟ ନୋବେଲ ବିଜେତା ଅଭିଜିତ ବାନାର୍ଜୀ। ଅଧିକ ପଢନ୍ତୁ...

abhijit-banerjee
ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ଏବଂ ନୋବେଲ ପୁରସ୍କାରକୁ ନେଇ ଏକ ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତିଲ ପ୍ରବାସୀ ନୋବେଲ ବିଜେତା ଅଭିଜିତ ବାନାର୍ଜୀ । ଯଦି ସେ ଭାରତରେ ରହିଥାନ୍ତେ ତାହେଲେ ନୋବେଲ ପୁରସ୍କାର ଜିତି ପାରିନଥାନ୍ତେ ବୋଲି କହିଛନ୍ତି ସେ।

ଜୟପୁର ଆୟୋଜିତ ଏକ ସାହିତ୍ୟ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି, 'ଭାରତରେ ଭଲ ପ୍ରତିଭା ନାହାଁନ୍ତି ବୋଲି ମୁଁ କହୁନାହିଁ। ହେଲେ ନୋବେଲ ପୁରସ୍କାର ହାସଲ କରିବା ଜଣେ ବ୍ୟକ୍ତି ପକ୍ଷେ ସମ୍ଭବ ନୁହେଁ । ଏଥିପାଇଁ ଏକ ସୁଦୃଢ ବ୍ୟବସ୍ଥାର ଆବଶ୍ୟକ ରହିଥାଏ । କେବଳ ମୋ ନିଜର ପରିଶ୍ରମ ଯୋଗୁଁ ମୁଁ ସଫଳ ହୋଇନାହିଁ । ଏହା ପଛରେ ଅନେକ ଲୋକଙ୍କ ହାତ ରହିଛି । ସେମାନଙ୍କ ସାହାଯ୍ୟରେ ମୋତେ ଏତେ ବଡ ସଫଳତା ମିଳିଛି। '

ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅଭିଜିତ ବାନାର୍ଜୀ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ସେ କୋଲକାତା ବିଶ୍ବବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ । ଏହା ପରେ ସେ ହାର୍ଭାର୍ଡରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ବର୍ତ୍ତମାନ ସେ ଆମେରିକାର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି)ରେ ଅର୍ଥନୀତି ବିଭାଗର ପ୍ରଫେସର ଅଛନ୍ତି। 2019 ମସିହାରେ ଅଭିଜିତ, ତାଙ୍କ ପତ୍ନୀ ଏଥର ଡୁଫ୍ଲୋ ଏବଂ ମାଇକଲ କ୍ରେମରଙ୍କୁ ନୋବେଲ ପୁରସ୍କାର ମିଳିଥିଲା।

ABOUT THE AUTHOR

...view details