କୋଲକାତା : ପଶ୍ଚିମବଙ୍ଗ ମମତା ବାନାର୍ଜୀ ସରକାର ସୋମବାର ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ୍ ବିନାୟକ ବାନାର୍ଜୀଙ୍କୁ ରାଜ୍ୟରେ କୋଭିଡ -19 ରେ ସ୍ଥିତି ସୁଧାରିବା ନୀତି ପାଇଁ ନୂତନ ଭାବେ ଗଠିତ ଗ୍ଲୋବାଲ ଆଡଭାଇଜରୀ ବୋର୍ଡର ସଦସ୍ୟ ଭାବରେ ସାମିଲ କରିଛନ୍ତି ।
ବିଶେଷଜ୍ଞ କମିଟି ଗଠନ ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, କୋରୋନା ଭାଇରସ୍ ମହାମାରୀର ମୁକାବିଲା କରି ଏହି କମିଟି ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଉପରେ ପରାମର୍ଶ ଦେବ।