ନୂଆଦିଲ୍ଲୀ: ଦେଶରେ ମେ 4ରୁ ଆଉ 2 ସପ୍ତାହ ବଢିଲା ଲକଡାଉନ ଅବଧି । ମେ 17 ଯାଏଁ ବଢିଛି ଲକଡାଉନ ଅବଧି । ଏପରିସ୍ଥଳେ ରେଡ୍ ଜୋନରେ ରହୁଥିବା ଲୋକଙ୍କ ପାଇଁ ମୋବାଇଲ୍ ଫୋନରେ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ କରିବା ବାଧ୍ୟତାମୂଳକ ହୋଇଥିବା ଶୁକ୍ରବାର ସରକାର କହିଛନ୍ତି ।
ରେଡ ଜୋନରେ ଆରୋଗ୍ୟ ସେତୁ ଆପ୍ ବ୍ୟବହାର ବାଧ୍ୟତାମୂଳକ - ରେଡ ଜୋନ୍ ଆରୋଗ୍ୟ ସେତୁ ଆପ୍
ମେ 17 ଯାଏଁ ବଢିଛି ଲକଡାଉନ ଅବଧି । ଏପରିସ୍ଥଳେ ସରକାର ଶୁକ୍ରବାର ଦିନ ମଧ୍ୟ କହିଛନ୍ତି ଯେ ରେଡ୍ ଜୋନରେ ରହୁଥିବା ଲୋକଙ୍କ ପାଇଁ ମୋବାଇଲ୍ ଫୋନରେ ଆରୋଗ୍ୟ ସେତୁ ଆପ୍ ଇନଷ୍ଟଲ କରିବା ବାଧ୍ୟତାମୂଳକ । ଅଧିକ ପଢନ୍ତୁ...
Aarogya Setu app MANDATORY for Red Zone residents
COVID-19ର ବିସ୍ତାର ଓ ଭୟାବହତାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ରେଡ୍ ଏବଂ ଅରେଞ୍ଜ ଜୋନରେ ବିଭକ୍ତ କରି ସମ୍ବେଦନଶୀଳ ଜୋନ ଗୁଡିକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ନାମିତ କରାଯାଇଛି । ଏଗୁଡିକ ଏପରି କ୍ଷେତ୍ର ଯେଉଁଠାରେ ସଂକ୍ରମଣ ହେବାର ଏକ ବଡ଼ ବିପଦ ରହିଛି ।
କଣ୍ଟେନମେଣ୍ଟ ଜୋନ୍ ବାସିନ୍ଦାଙ୍କ ମଧ୍ୟରେ ଆରୋଗ୍ୟ ସେତୁ ଆପର ଶତପ୍ରତିଶତ ବ୍ୟବହାର ବୃଦ୍ଧି କରିବା ଓ ବ୍ୟବହାର କରିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ କରିବେ ।