ନୂଆଦିଲ୍ଲୀ: କୋରୋନା କାଳରେ ସରକାରଙ୍କ ସମୟୋପଚିତ ପଦକ୍ଷେପ ମାନଙ୍କ ମଧ୍ୟରୁ ଆରୋଗ୍ୟ-ସେତୁ ଆପ୍ ଅନ୍ୟତମ । ସୋମବାର ସୂଚନା ଅନୁସାରେ ଏ ପର୍ଯ୍ୟନ୍ତ ଦେଶରେ ଆରୋଗ୍ୟ ସେତୁ ଆପ୍ 9.8 କୋଟି ସ୍ମାର୍ଟ ଫୋନରେ ଡାଉନଲୋଡ ହୋଇଛି ।
ସୋମବାର ଆପ୍ ଉପରେ ଅଧିକ ବିବରଣୀ ଦେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସଚିବ ଅଜୟ କୁମାର ସାଇନୀ କହିଛନ୍ତି ଯେ,ଏହା ଆସନ୍ତାକାଲି ଠାରୁ ଜିଓ ଫିଚର ସ୍ମାର୍ଟଫୋନରେ ଉପଲବ୍ଧ ହେବ । ସେ କହିଛନ୍ତି ଯେ ଆମେ ଆରୋଗ୍ୟ ସେତୁ ଆପ୍ ବ୍ୟବହାରକାରୀଙ୍କ ଡାଟା ଗୋପନୀୟତା ଉପରେ ଅଧିକ କାର୍ଯ୍ୟ କରାଯାଇଛି । ଏହାର ଉପଭୋକ୍ତା ତଥ୍ୟର ଗୋପନୀୟତା ସୁରକ୍ଷିତ ବୋଲି ସେ କହିଛନ୍ତି ।