ଓଡିଶା

odisha

ETV Bharat / bharat

କୋରୋନା ଭାଇରସକୁ ମାତ୍‌ ଦେବ 'ଝାଡୁ' ଫର୍ମୂଲା - aap tweets funny video

କୋରୋନା ବିରୋଧରେ ବିଜୟୀ ହେବାକୁ ହେଲେ ଏମାନଙ୍କୁ କରନ୍ତୁ ଅନଫ୍ରେଣ୍ଡ । ଟ୍ବିଟରରେ ଭିଡିଓ ସେୟାର କରି କହିଲା ଆପ୍‌ । ଅଧିକ ପଢନ୍ତୁ...

କୋରୋନା ଭାଇରସକୁ ମାତ୍‌ ଦେବ 'ଝାଡୁ' ଫର୍ମୂଲା
କୋରୋନା ଭାଇରସକୁ ମାତ୍‌ ଦେବ 'ଝାଡୁ' ଫର୍ମୂଲା

By

Published : Apr 20, 2020, 9:58 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଦିନକୁ ଦିନ ପରିସ୍ଥିତି ବିଗିଡିବାରେ ଲାଗିଛି କୋରୋନା ସ୍ଥିତି । ସ୍ବାସ୍ଥ୍ୟମନ୍ତ୍ରଣାଳୟର ଅନୁସାରେ ସୋମବାର ସୁଦ୍ଧା କୋରୋନା ଭାଇରସ ଦ୍ବାରା ଦେଶରେ 17,265 ସଂକ୍ରମିତ ହୋଇଛନ୍ତି । ସେହିପରି ଗତ 24 ଘଣ୍ଟାରେ 1553 ନୂଆ ମାମଲା ସାମ୍ନାକୁ ଆସିବା ସହ 36 ଜଣଙ୍କ ଜୀବନ ଗଲାଣି । ଏହି ସମୟରେ ଦିଲ୍ଲୀ ସରକାର ନିଜ ଟ୍ବିଟର ଆକାଉଣ୍ଟର ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କୋରୋନାକୁ ହରାଇବାକୁ ହେଲେ ଏମାନଙ୍କୁ ନିଜ ଲାଇଫରୁ ଅନଫ୍ରେଣ୍ଡ କରିବାକୁ ପଡିବ ।

କୋରୋନା ଭାଇରସକୁ ମାତ୍‌ ଦେବ 'ଝାଡୁ' ଫର୍ମୂଲା

7 ସେକେଣ୍ଡର ଏହି ଭିଡିଓରେ 2ଟି ଚରିତ୍ର ରହିଛି । ଯାହା କୋରୋନା ସମ୍ପର୍କିତ ସଚେତନତାର ବାର୍ତ୍ତା ଉପରେ ଆଧାରିତ । ଯେଉଁଥିରେ ଜଣେ ଅନ୍ୟ ଜଣକୁ ହାତ ଧୋଇବା, ମାସ୍କ ଓ ସାମାଜିକ ଦୂରତ୍ବ ଉପରେ ପ୍ରଶ୍ନ କରିଛି । ଅନ୍ୟ ଜଣକ ଏହାର ଉତ୍ତରରେ ନା ନା କହିବାକୁ ତାକୁ ସେ ଅନଫ୍ରେଣ୍ଡ କରିଦେଇଛି ।

ଏଥିରେ ଦର୍ଶାଯାଇଛି ଯଦି କୋରୋନା ବିରୁଦ୍ଧ ଜିତିବାକୁ ହେଲେ ଆମକୁ ନିୟମିତ ହାତ ଧୋଇବା, ବାହାରକୁ ଗଲେ ମାସ୍କ ପିନ୍ଧିବା ଓ ସାମାଜିତ ଦୂରତ୍ବ ରକ୍ଷା କରିବାକୁ ପଡିବ । ଆଉ ଯେଉଁମାନେ ଏପରି କରୁନଥିବେ ସେମାନଙ୍କ ଠାରୁ ନିଜକୁ ଅନଫ୍ରେଣ୍ଡ ଅର୍ଥାତ ଦୂରେଇ ରୁହନ୍ତୁ । କୋରୋନାକୁ ପରାସ୍ତ କରିବାକୁ ହେଲେ ଆମକୁ ପ୍ରଥମେ ଲକଡାଉନର ସମସ୍ତ ନିୟମକୁ ପାଳନ କରିବାକୁ ହେବ । ତେବେ ଯାଇ ଆମେ ଏହି କୋରୋନାକୁ ମାତ ଦେଇପାରିବା ।

ABOUT THE AUTHOR

...view details