ନୂଆଦିଲ୍ଲୀ: ଆପ୍ ନେତା ତଥା ସାଂସଦ ସଞ୍ଜୟ ସିଂ ଟ୍ବିଟ୍ କରି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆପ୍ ବ୍ୟାନ ପଦକ୍ଷେପକୁ ସେ ନାଟକ ବୋଲି କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଆପ୍ ବ୍ୟାନ ପଦକ୍ଷେପ ଏକ ନାଟକ ! - chinese app ban
ଆପ୍ ନେତା ତଥା ସାଂସଦ ସଞ୍ଜୟ ସିଂ ଟ୍ବିଟ୍ କରି ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବା ପଦକ୍ଷେପ ଉପରେ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆପ୍ ବ୍ୟାନ କରିବା ପଦକ୍ଷେପକୁ ସେ ନାଟକ ବୋଲି କହିଛନ୍ତି ।
ସେ ନିଜ ଟ୍ବିଟରେ ଲେଖିଛନ୍ତି, ‘ଆପ୍ ବ୍ୟାନ ନାଟକ ଏଥିପାଇଁ କରାଗଲା ଯେ ଯେପରି ଚାନ୍ଦା ନେଇଥିବା ମୁଦ୍ଦାକୁ ପଛରେ ଛଡାଯାଇପାରିବ । ପେଟିଏମ୍ ଓ ଟିକଟକ ସମେତ ଅନେକ କମ୍ପାନୀ ପିଏମ-କେୟାର୍ସ ଫଣ୍ଡକୁ ଚାନ୍ଦା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଅନେକ ଏପରି କମ୍ପାନୀ ବି ଅଛି ଯିଏ ଚୀନ ସେନାକୁ ସହଯୋଗ କରୁଛି । ଏହି କମ୍ପାନୀଠାରୁ ନେଇଥିବା ଚାନ୍ଦା ଫେରେଇ ଦିଅନ୍ତୁ ମୋଦିଜୀ ’ ।
ସୋମବାର କେନ୍ଦ୍ର ସରକାର ଦେଶର ସାର୍ବଭୌମତ୍ବ, ଅଖଣ୍ଡତା ଓ ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି 59 ଟି ଚାଇନିଜ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ଆପ ଗୁଡିକ ମଧ୍ୟରେ ଟିକଟକ୍, ସେୟାରଇଟ ଓ ୱିଚାଟ ଭଳି ଆପ ମଧ୍ୟ ଅନ୍ତର୍ଭୁକ୍ତ ।