ନୂଆଦିଲ୍ଲୀ: ଜାଫ୍ରାବାଦରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନରେ ପହଞ୍ଚିଥିଲେ ଆମ ଆଦମି ପାର୍ଟିର ସଭାପତି ଅମନତୁଲ୍ଲାହ ଖାନ୍ । ସେଠାରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।
ଏହି ଅବସରରେ ବିଜେପିକୁ ଟାର୍ଗେଟ କରିଛନ୍ତି ସେ । ଏହି ଆନ୍ଦୋଳନକାରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା କିମ୍ବା ଅନ୍ୟ ବିଜେପି ନେତା କାହିଁକି କଥାବାର୍ତ୍ତା କରୁନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ‘ଏହା କେନ୍ଦ୍ର କଥା, ଆମର ନୁହେଁ । ଶାହିନବାଗକୁ ନେଇ ଗୃହମନ୍ତ୍ରୀ ଭୋଟ ମାଗି ପାରୁଛନ୍ତି, କିନ୍ତୁ ଏମାନଙ୍କ ସହ କାହିଁକି କଥା ହେଉନାହାନ୍ତି । ଏମାନେ କଣ ଭାରତୀୟ ନୁହନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ?’