ଓଡିଶା

odisha

By

Published : Feb 16, 2020, 1:26 PM IST

ETV Bharat / bharat

ଶହୀଦଙ୍କ ନାମରେ ଶପଥ ନେଲେ କେଜ୍ରିୱାଲଙ୍କ ମନ୍ତ୍ରୀ

6 ମନ୍ତ୍ରୀଙ୍କ ସହ ଦିଲ୍ଲୀର ରାମଲୀଲା ମୈଦାନରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ କେଜ୍ରିୱାଲଙ୍କ ଜଣେ ମନ୍ତ୍ରୀ ଇଶ୍ବରଙ୍କ ବଦଳରେ ଶହୀଦଙ୍କ ନାମରେ ଶପଥ ପାଠ କରିଛନ୍ତି । ଅଧିକ ପଢନ୍ତୁ...

gopal-rai
ଗୋପାଳ ରାୟ

ନୂଆଦିଲ୍ଲୀ: ନିଜ 6 ମନ୍ତ୍ରୀଙ୍କ ସହ ଦିଲ୍ଲୀର ରାମଲୀଲା ମୈଦାନରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତେବେ ସାଧାରଣତଃ ଶପଥ ନେବା ପୂର୍ବରୁ ଇଶ୍ବର କିମ୍ବା ଆହ୍ଲାଙ୍କ ନାମ ଉଚ୍ଚାରଣ କରାଯାଇଥାଏ । ସେମାନଙ୍କ ନାମରେ ଶପଥ ପାଠ କରାଯାଇଥାଏ । ହେଲେ କେଜ୍ରିୱାଲଙ୍କ ଜଣେ ମନ୍ତ୍ରୀ ଶହୀଦଙ୍କ ନାମରେ ଶପଥ ପାଠ କରିଛନ୍ତି । ମନ୍ତ୍ରୀ ଗୋପାଳ ରାୟ ଶପଠ ପାଠ ସମୟରେ ଇଶ୍ବରଙ୍କ ବଦଳରେ ସ୍ବାଧୀନତା ପାଇଁ ଜୀବନ ଦେଇଥିବା ଶହୀଦଙ୍କ ନାମ ନେଇଛନ୍ତି ।

ଗୋପାଳ ରାୟ

ବାବରପୁରରୁ ବିଧାୟକ ହୋଇଥିବା ଗୋପାଳ ରାୟ କେଜ୍ରିୱାଲଙ୍କ ପୂର୍ବ ସରକାରରେ ଶ୍ରମ ମନ୍ତ୍ରୀ ଭାବରେ ଦାୟିତ୍ବ ତୁଲାଇଥିଲେ । ଚଳିତ ଥର ମଧ୍ୟ କେଜ୍ରିୱାଲ ତାଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଛନ୍ତି । ତେବେ ଆଜି ଶପଥ ଗ୍ରହଣ ସମୟରେ ସେ ଶହୀଦଙ୍କ ନାମରେ ଶପଥ ପାଠ କରି ସମସ୍ତଙ୍କୁ ଆଶ୍ଚର୍ଯ କରିଛନ୍ତି ।

ପଦ ଏବଂ ଗୋପନୀୟତାର ଶପଥ ନେଇ ସେ କହିଥିଲେ, 'ମୁଁ ଗୋପାଳ ରାୟ ସ୍ବାଧୀନତା ପାଇଁ ଜୀବନ ଦେଇଥିବା ଶହୀଦଙ୍କ ଶପଥ ନେଉଛି । ମୁଁ ବିଧି ଦ୍ବାରା ସ୍ଥାପିତ ସମ୍ବିଧାନ ପ୍ରତି ସଚ୍ଚୋଟ ଶ୍ରଦ୍ଧା ଏବଂ ନିଷ୍ଠା ରଖିବି । ମନ୍ତ୍ରୀ ଭାବରେ ନିଜ କର୍ତ୍ତବ୍ୟକୁ ଶ୍ରଦ୍ଧା ପୂର୍ବକ ପାଳନ କରିବି ।'

ABOUT THE AUTHOR

...view details