ନୂଆଦିଲ୍ଲୀ: କହ୍ନେୟା କୁମାର ଓ ୯ ଜଣଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ଚଳାଇବାକୁ ଦିଲ୍ଲୀ ପୋଲିସକୁ ଅନୁମତି ଦେବନାହିଁ ଆମ ଆଦମୀ ପାର୍ଟି (ଆପ) । ବର୍ଷ ୨୦୧୬ ଫେବୃୟାରୀରେ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଥିତ ରୂପେ ଦେଶ ବିରୋଧୀ ସ୍ଲୋଗାନ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶ ବିରୋଧୀ ସ୍ଲୋଗାନ ଦେଇଥିବା ଅଭିଯୋଗରେ କହ୍ନେୟା ଓ ୯ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜେଏନୟୁରେ କଥିତ ରୂପେ ଦେଶ ବିରୋଧୀ କାର୍ଯ୍ୟକ୍ରମକୁ ନେଇ ସାରାଦେଶରେ ହଙ୍ଗାମା ହୋଇଥିଲା । ଏହି ଘଟଣା ପରେ ଜେଏନୟୁ ଛାତ୍ର ସଂଘର ତତ୍କାଳୀନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କୁ ପୋଲିସ ଗିରଫ କରିଥିଲା ।