ଓଡିଶା

odisha

ETV Bharat / bharat

ଆପ୍‌ ବିଧାୟକଙ୍କ ଶୋଭାଯାତ୍ରାରେ ଗୁଳିମାଡ, ଜଣେ ଗିରଫ

ଆମ ଆଦମୀ ପାର୍ଟି(ଆପ) ବିଧାୟକ ନରେଶ ଯାଦବଙ୍କ ବିଜୟ ଶୋଭାଯାତ୍ରା ବେଳେ ଗୁଳିମାଡ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

aap-convoy-attack
ନରେଶ ଯାଦବ

By

Published : Feb 12, 2020, 2:42 PM IST

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ) ବିଧାୟକ ନରେଶ ଯାଦବଙ୍କ ବିଜୟ ଶୋଭାଯାତ୍ରା ବେଳେ ଗୁଳିମାଡ ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ତେବେ ଏହି ଆକ୍ରମଣ ରାଜନୈତିକ ନଥିଲା ବରଂ ବ୍ୟକ୍ତିଗତ ଥିଲା ବୋଲି ଅଭିଯୁକ୍ତ କାଳୁ ପୋଲିସ ଆଗରେ ସ୍ବୀକାର କରିଛି । ଏହି ଘଟଣାରେ ପୋଲିସ 3 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେମାନେ ହେଲେ କିଷନଗଡ଼ ଗ୍ରାମର କାଳୁ, ଧାମୀ ଓ ଦେବ। ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ଓ ଆହତ ହୋଇଥିବା ଆପ୍‌ କର୍ମୀ ମଧ୍ୟ କିଷନଗଡ଼ ଗ୍ରାମର ବୋଲି ଜଣାପଡ଼ିଛି।

ଘଟଣାର ମୁଖ୍ୟ ଅଭିଯୁକ୍ତ କାଳୁ ପୋଲିସକୁ କହିଛି ଯେ, ସେମାନେ ବିଧାୟକ ନରେଶ ଯାଦବଙ୍କ ଉପରେ ନୁହେଁ ବରଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଶୋକ ମନ ଓ ତାଙ୍କ ଭଣଜା ହରେନ୍ଦ୍ରଙ୍କୁ ମାରିବାକୁ ଆସିଥିଲେ । ଏହା ସହିତ ଅଶୋକ ମାନ ତାଙ୍କ ଭଣଜା ଉପରେ ପୂର୍ବରୁ ଆକ୍ରମଣ କରିଥିବା ଅଭିଯୋଗ କରିଛି କାଳୁ । ସେ କହିଛି, ଏହି ଆକ୍ରମଣ ଗତ ବର୍ଷ ନଭେମ୍ବର ମାସରେ ହୋଇଥିଲା । ଘଟଣାରେ 4 ଜଣଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା । କିନ୍ତୁ ଏଥିରେ ଅଶୋକ ମାନଙ୍କ ନାମ ସାମିଲ ନଥିଲା ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ହାସଲ ପରେ ନରେଶ ଯାଦବ ଗତକାଲି ତାଙ୍କ ନିର୍ବାଚନ ମଣ୍ଡଳୀ ମେହରୌଲୀର ଏକ ମନ୍ଦିରରୁ ଦର୍ଶନ ସାରି ସମର୍ଥକଙ୍କ ସହିତ ଫେରୁଥିବା ବେଳେ ତାଙ୍କ ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଘଟଣାରେ ଦୁଇଟି ଗୁଳି ହରେନ୍ଦ୍ରଙ୍କ ଦେହରେ ବାଜିଥିଲା। ଏଥିରେ ଅଶୋକଙ୍କ ମୃତ୍ୟୁ ଘଟିଥିବାବେଳେ ହରେନ୍ଦ୍ର ଆହତ ହୋଇଥିଲେ।

ABOUT THE AUTHOR

...view details