ନୂଆଦିଲ୍ଲୀ: ସରକାର ଗଠନ କରିବାକୁ ଆମ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦାବି ଜଣାଇଛନ୍ତି । ଏନେଇ ସେ ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ଅନୀଲ ବୈଜଲଙ୍କୁ ଚିଠି ଲେଖିଛନ୍ତି । ସେ ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହୋଇଥିବା ବେଳେ ନିଜ ଦଳର ସଂଖ୍ୟାଗରିଷ୍ଠତା ରହିଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି ।
ଏହା ସହ ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ରଣବୀର ସିଂ ଲେଫନାଣ୍ଟ ଗଭର୍ଣ୍ଣରଙ୍କୁ ନବ ନିର୍ବାଚିତ ବିଧାୟକଙ୍କ ତାଲିକା ଥିବା ସାମ୍ବିଧାନିକ ପତ୍ର ପ୍ରଦାନ କରିଛନ୍ତି ।