ଓଡିଶା

odisha

ETV Bharat / bharat

କୋରୋନା ସମୟରେ ପ୍ରତ୍ୟେକ ଘରେ ଅକ୍ସିମିଟର ଯୋଗାଇବ ଆପ୍ - Corona period

ରାଜ୍ୟରେ ଭୟଙ୍କର ରୂପନେଉଛି ମହାମାରୀ କୋରୋନା। ଏହି ସମୟରେ ଆମ୍ ଆଦମୀ ପାର୍ଟି ଉତ୍ତରପ୍ରଦେଶର ସମସ୍ତ ଗ୍ରାମ ଏବଂ ସହରରେ ନିଜ କର୍ମକର୍ତ୍ତାଙ୍କ ମାଧ୍ୟମରେ ଲୋକଙ୍କ ନିକଟରେ ଅକ୍ସିମିଟର ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି । ଅଧିକ ପଢନ୍ତୁ...

କୋରୋନା ସମୟରେ ପ୍ରତ୍ୟେକ ଘରେ ଅକ୍ସିମିଟର ଯୋଗାଇବ ଆପ୍
କୋରୋନା ସମୟରେ ପ୍ରତ୍ୟେକ ଘରେ ଅକ୍ସିମିଟର ଯୋଗାଇବ ଆପ୍

By

Published : Aug 1, 2020, 11:28 AM IST

ଲକ୍ଷ୍ନୌ: ରାଜ୍ୟରେ ଭୟଙ୍କର ରୂପନେଉଛି ମହାମାରୀ କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଏହି ସମୟରେ ଆମ୍ ଆଦମୀ ପାର୍ଟି ଉତ୍ତରପ୍ରଦେଶର ସମସ୍ତ ଗ୍ରାମ ଏବଂ ସହରରେ ନିଜ କର୍ମକର୍ତ୍ତାଙ୍କ ମାଧ୍ୟମରେ ଲୋକଙ୍କ ନିକଟରେ ଅକ୍ସିମିଟର ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି ।

ଆମ୍ ଆଦମୀ ପାର୍ଟିର ୟୁପି ଦାୟିତ୍ୱରେ ଥିବା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଛନ୍ତି ଏବଂ ଗ୍ରାମ ଓ ସହରରେ ଅକ୍ସିମିଟର ବ୍ୟବସ୍ଥା କରିବା ଉଚିତ ବୋଲି ସେ କହିଛନ୍ତି। ଏହି କାରଣରୁ, ଯେଉଁମାନେ କୋରୋନାକୁ ଭୟ କରନ୍ତି ଏବଂ ଯେଉଁମାନେ ନିଜକୁ କୋରୋନା ହୋଇଥିବା ଆଶଙ୍କା କରୁଛନ୍ତି, ସେମାନେ ଏକ ଅକ୍ସିମିଟର ମାଧ୍ୟମରେ ସେମାନଙ୍କର ଅକ୍ସିଜେନ ଲେବୁଲ ଯାଞ୍ଚ କରିପାରିବେ ।

ଏଥିସହିତ ସଞ୍ଜୟ ସିଂ କୋରୋନା ଅବଧିରେ ସୃଷ୍ଟି ହୋଇଥିବା ସିଏମ ଯୋଗୀ ଆଦିତ୍ୟନାଥଙ୍କ ଦଳକୁ କ୍ରିକେଟ୍ ଦଳ ବୋଲି କହିଥିଲେ। ସାଂସଦ କହିଛନ୍ତି ଯେ କୋରୋନା ସହିତ ଲଢିବା ପାଇଁ ଏହି ଦଳ ଗଠନ କରାଯାଇ ନାହିଁ କାରଣ ଏହି ଦଳରେ କୌଣସି ଡାକ୍ତର କିମ୍ବା ବିଶେଷଜ୍ଞ ନାହାଁନ୍ତି ଯିଏକି ଲୋକଙ୍କୁ ସଠିକ୍ ପରାମର୍ଶ ଦେଇପାରିବେ।

ABOUT THE AUTHOR

...view details