ନୂଆଦିଲ୍ଲୀ: ଖୁବଶୀଘ୍ର ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ବା AAI ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିର୍ଦେଶନାମା ଜାରି କରିଛି । ଯେଉଁଥିରେ କୁହାଯାଇଛି ଯେ ପ୍ରତ୍ୟେକ ଯାତ୍ରୀ ଆରୋଗ୍ୟସେତୁ ଆପ ଡାଉନଲୋଡ କରି ପଞ୍ଜିକରଣ କରିବା ବାଧ୍ୟତାମୂଳକ ।
ଯାତ୍ରୀମାନେ ଆରୋଗ୍ୟ ସେତୁ ଆପରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ: AAI - AAI makes Aarogya Setu app mandatory for passengers
ଖୁବଶୀଘ୍ର ଆରମ୍ଭ ହୋଇପାରେ ଘରୋଇ ବିମାନ ସେବା । ପ୍ରତ୍ୟେକ ଯାତ୍ରୀ ଆରୋଗ୍ୟସେତୁ ଆପ ଡାଉନଲୋଡ କରି ପଞ୍ଜିକରଣ କରିବା ବାଧ୍ୟତାମୂଳକ ବୋଲି କହିଛି AAI ।
AAI ଟ୍ବିଟ କରି କହିଛି ଯେ ଖୁବ ଶୀଘ୍ର ବିମାନ ଚଳାଚଳ ଆରମ୍ଭ ହେବାର ସମ୍ଭାବନ ରହିଛି । ତେଣୁ ଯାତ୍ରୀମାନେ AAI ଦ୍ବାରା ଜାରି କରାଯାଇଥିବା ପଦକ୍ଷେପ ଗୁଡିକ ଅନୁସରଣ କରି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରୁହନ୍ତୁ । ମାସ୍କ ପିନ୍ଧତୁ, ସାଥିରେ ସାନିଟାଇଜର ରଖନ୍ତୁ, ଡକ୍ୟୁମେଣ୍ଟ ଗୁଡିକ ହାତରେ ଧରନ୍ତୁ, ଏହାସହ ଆରୋଗ୍ୟ ସେତୁ ଆପରେ ପଞ୍ଜିକରଣ କରନ୍ତୁ । ୱେବ ଚେକ ଇନ ସମୟରେ ଦୁଇ ଜଣଙ୍କ ମଧ୍ୟରେ 4 ଫୁଟର ଶାରୀରିକ ଦୂରତା ବଜାୟ ରଖିବାକୁ ପଡିବ । ବୋର୍ଡିଂ କାର୍ଡର ଏକ ପ୍ରିଣ୍ଟ ଆଉଟ ସାଙ୍ଗରେ ନେବା ପାଇଁ କୁହାଯାଇଛି । ବାରମ୍ବାର ହାତ ଧୋଇବା ସହ ସାନିଟାଇଜ କରି ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ AAI ପକ୍ଷରୁ କୁହାଯାଇଛି ।
TAGGED:
airport authority of india