ଓଡିଶା

odisha

ETV Bharat / bharat

ପିଏମ କିଶାନ ପେନସନ ସ୍କିମ: ଜମ୍ମୁ-କାଶ୍ମୀର ଓ ଲଦାଖ ଚାଷୀଙ୍କୁ ସରକାରଙ୍କ ଉପହାର - ଧାରା 370

ପ୍ରଧାନମନ୍ତ୍ରୀ ପେନସନ ଯୋଜନାର ଲାଭ ଉଠାଇବା ପାଇଁ କାଶ୍ମୀର ଏବଂ ଲଦାଖବାସୀଙ୍କୁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯାଇଛି। ସେମାନେ ବିନା ଆଧାର କାର୍ଡରେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଫାଇଲ ଫଟୋ

By

Published : Aug 12, 2019, 7:00 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଏବେ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇ ପାରିବେ ସେଠାକାର ଲୋକେ । ଏନେଇ ମୋଦି ସରକାରଙ୍କ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି । ଏହି କ୍ରମରେ ମୋଦି ସରକାରଙ୍କ ଦ୍ବାରା ଚାଷୀଙ୍କ ପାଇଁ ଲଞ୍ଚ ହୋଇଥିବା ପେନସନ ଯୋଜନା(ପ୍ରଧାନମନ୍ତ୍ରୀ କିଶାନ ମନ୍ଧନ ଯୋଜନା)ର ଲାଭ ଉଠାଇବା ପାଇଁ କାଶ୍ମୀର ଏବଂ ଲଦାଖବାସୀଙ୍କୁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯାଇଛି। ଏହି ଯୋଜନାର ଲାଭ ପାଇବା ପାଇଁ ଉପଭୋକ୍ତାଙ୍କ ନିକଟରେ ଆଧାରକାର୍ଡ ରହିବା ନିହାତି ଆବଶ୍ୟକ ପଡିଥାଏ । କିନ୍ତୁ ଜମ୍ମୁ-କାଶ୍ମୀରବାସୀଙ୍କ ପାଇଁ ଏଭଳି ସର୍ତ୍ତ ରଖାଯାଇନାହିଁ । ସେମାନେ ବିନା ଆଧାରକାର୍ଡରେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ।

କେନ୍ଦ୍ର କୃଷି ମନ୍ତ୍ରାଳୟର ଯୁଗ୍ମ ସଚିବ ରାଜବୀର ସିଂହ ସୋମବାର ଏନେଇ ଘୋଷଣା କରିଛନ୍ତି । ତେବେ 2020 ମସିହା ପର୍ଯ୍ୟନ୍ତ ଏମାନେ ବିନା ଆଧାର କାର୍ଡରେ ଯୋଜନାର ଲାଭ ଉଠାଇପାରିବେ । କିନ୍ତୁ 2020 ମାର୍ଚ୍ଚ ମାସ ସୁଦ୍ଧା ସେମାନଙ୍କୁ ଆଧାର କାର୍ଡ କରିବାକୁ ପଡିବ ବୋଲି ସେ କହିଛନ୍ତି । ଜମ୍ମୁ-କାଶ୍ମୀର ସମେତ ଆସାମ ଏବଂ ମେଘାଳୟ ବାସୀଙ୍କୁ ମଧ୍ୟ ସରକାର ଏହି ସୁବିଧା ଯୋଗାଇ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ଚାଷୀ ପେନସନ ଯୋଜନାରେ 12 କୋଟି ଚାଷୀ ଲାଭବାନ ହେବେ । ଏହି ଯୋଜନା ଅଧିନରେ ସେମାନଙ୍କୁ 60 ବର୍ଷ ବୟସରୁ 3000 ଟଙ୍କା ପେନସନ ମିଳିବ । ଏଥିପାଇଁ 18 ବର୍ଷ ବୟସର ଚାଷୀଙ୍କୁ ପ୍ରତି ମାସରେ କେବଳ 55 ଟଙ୍କା ଜମା କରିବାକୁ ପଡିବ । ଏହାପରେ 19 ବର୍ଷରେ 58, 20 ରେ 61, 21ରେ 64, 22 ରେ 68, 23 ରେ 72 ଏବଂ 24 ରେ 76 ଟଙ୍କା ଜମା କରିବାକୁ ପଡିବ ।

ABOUT THE AUTHOR

...view details