ଓଡିଶା

odisha

ETV Bharat / bharat

ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ ‘ସରି’, ଭିଡିଓ ଭାଇରାଲ - କର୍ଣ୍ଣାଟକ ଯୁବକର ଆତ୍ମହତ୍ୟା ଭିଡିଓ

କର୍ଣ୍ଣାଟକର ଚିକ୍କାବଲ୍ଲାପିର ଜିଲ୍ଲା ଚିନ୍ତାମଣି ତାଲୁକସ୍ଥିତ ବୈଜକୁରୁ ଗାଁରେ ଅଭାବନୀୟ ଘଟଣା । ଜଣେ ଯୁବକ ନିଜ ଜୀବନ ପ୍ରତି ଅସନ୍ତୁଷ୍ଟ ଥିବାରୁ ଆତ୍ମହତ୍ୟା କରିଛନ୍ତି । ଏଥିପୂର୍ବରୁ ବାପାଙ୍କୁ କ୍ଷମା ମାଗି ଏକ ଭିଡିଓ କରିଛନ୍ତି ।

ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ କହିଲା ‘ସୋରି’, ଭିଡିଓ ଭାଇରାଲ
ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ କହିଲା ‘ସୋରି’, ଭିଡିଓ ଭାଇରାଲ

By

Published : Dec 23, 2019, 1:39 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବଲ୍ଲାପିର ଜିଲ୍ଲା ଚିନ୍ତାମଣି ତାଲୁକସ୍ଥିତ ବୈଜକୁରୁ ଗାଁରେ ଅଭାବନୀୟ ଘଟଣା । ଏଠାରେ ଜଣେ ଯୁବକ ଲାଇଭ ସୁଇସାଇଡ କରିଛନ୍ତି, ଏବଂ ଏହି ଭିଡିଓରେ ନିଜ ବାପାଙ୍କୁ କ୍ଷମା ମାଗିଛନ୍ତି । ଏହି ଗାଁର ଅଶ୍ବଥାପା ଏବଂ ନିଲମଙ୍କ ପୁଅ ମଧୁ (23) ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ଏହି ଲାଇଭ ସୁଇସାଇଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଆତ୍ମହତ୍ୟା କରିବା ପୂର୍ବରୁ ବାପାଙ୍କୁ କହିଲା ‘ସୋରି’, ଭିଡିଓ ଭାଇରାଲ

ଭିଡିଓ ଅନୁସାରେ, ମଧୁ ନିଜ ବାପାଙ୍କୁ କ୍ଷମା ମାଗୁଛନ୍ତି ଏବଂ କହୁଛନ୍ତି, ସେ ନିଜ ଜୀବନ ପ୍ରତି ସନ୍ତୁଷ୍ଟ ନୁହଁନ୍ତି । ତେଣୁ ସେ ଆତ୍ମହତ୍ୟା କରିବାକୁ ଉଚିତ ମନେ କରିଛନ୍ତି । ସେ କହୁଛନ୍ତି, ‘ମୁଁ କୌଣସି ଭୁଲ କାମ କରିନାହିଁ । ମୁଁ ଏବେ ବିଷ ପିଇଦେଇଛି । ଦୟାକରି ମୋ ଛୋଟ ଭାଇ ଏବଂ ମାଆର ଧ୍ୟାନ ରଖିବେ। ମୋତେ କ୍ଷମା କରି ଦିଅନ୍ତୁ ।’

ସେପଟେ ଏହି ଘଟଣାରେ ଯୁବକଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଗଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ଚିନ୍ତାମଣି ଗ୍ରାମୀଣ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଠାରେ ସୂଚନା ଥାଉକି ଯୁବକ ପିଇଥିବା ନିଶା ହେଉଛି ଏକପ୍ରକାର ପେନକିଲର ଡ୍ରଗ୍ସ । ଯୁବକ ଜଣକ ଅତ୍ୟଧିକ ସେବନ କରିବା ଦ୍ବାରା ଏହା ଶରୀରକୁ ବିଷାକ୍ତ କରିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି ।

ABOUT THE AUTHOR

...view details