ବେଙ୍ଗାଲୁରୁ: ଦୁଇ ହାତରେ ଚିତ୍ର ଆଙ୍କି ଦୁଇଟି ଆୱାର୍ଡ ଜିତିଲେ ଯୁବତୀ । କର୍ଣ୍ଣାଟକ ହାସନ ଜିଲ୍ଲା ଆଲୁର ତାଲୁକ ପାଲ୍ୟା ଗ୍ରାମର ଜଣେ ଯୁବତୀ ଦୁଇ ହାତରେ ଚିତ୍ର ଆଙ୍କି ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଏବଂ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ଆୱାର୍ଡ ଜିତିଛନ୍ତି ।
ଦୁଇ ହାତରେ ଚିତ୍ର ଆଙ୍କି ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଆୱାର୍ଡ ପାଇଲେ ଯୁବତୀ - karnataka hassan district girl won asia book of record achievement
କର୍ଣ୍ଣାଟକ ହାସନ ଜିଲ୍ଲା ଆଲୁର ତାଲୁକ ପାଲ୍ୟା ଗ୍ରାମର ଜଣେ ଯୁବତୀ ଦୁଇ ହାତରେ ଚିତ୍ର ଆଙ୍କି ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଏବଂ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ଆୱାର୍ଡ ଜିତିଛନ୍ତି । ଅଧିକ ପଢନ୍ତୁ...

ମେଘନା ନାମକ ଏହି ଯୁବତୀ ଜଣଙ୍କ ବର୍ତ୍ତମାନ ଫାର୍ମାସି ଅଧ୍ୟୟନ କରୁଛନ୍ତି । ଯେହେତୁ ବର୍ତ୍ତମାନ ସମଗ୍ର ବିଶ୍ବ କୋରୋନା ମହାମାରୀ ସହ ଲଢେଇ କରୁଛି । ଏଣୁ ଲୋକଙ୍କୁ କୋରୋନା ସଚେତନତା ଦେବାକୁ ଯାଇ ସେ ଏକ ନିଆରା ଚିତ୍ର ଆଙ୍କି ଲଣ୍ଡନର ଏକ ପେଣ୍ଟିଂ ପ୍ରତିଯୋଗିତାକୁ ପଠାଇଥିଲେ । ମାତ୍ର 50 ସେକେଣ୍ଡରେ ଦୁଇ ହାତରେ ଚିତ୍ର କରିଥିବାରୁ ତାଙ୍କୁ ‘ଏସିଆ ବୁକ୍ ଅଫ୍ ରେକର୍ଡ’ ଏବଂ ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ’ ଆୱାର୍ଡ ମିଳିଛି । ଏହା ପୂର୍ବରୁ ମଧ୍ୟ ସେ ତାଙ୍କ ପରିବାର, ବନ୍ଧୁ, ପ୍ରସିଦ୍ଧ ଗାୟକ, ପ୍ରଧାନମନ୍ତ୍ରୀ ମୋଦି ଏବଂ ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମଙ୍କ ଚିତ୍ର ଆଙ୍କିଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ