ଲକ୍ଷ୍ନୌ:ଦେଶରେ ନାରୀ ନିର୍ଯ୍ୟାତନା ଓ ଦୁଷ୍କର୍ମର ପରିମାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି | ବିଶେଷକରି ମେରଠରେ ଏବେ ସୀମା ଟପିଛନ୍ତି ଯୌନ ପିପାସୁ। ଗୋଟିଏ ପରେ ଗୋଟିଏ ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ଏନେଇ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ମେରଠରେ ଗୋଟିଏ ବସରେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଦୁଷ୍କର୍ମ ପରେ ଅଭିଯୁକ୍ତ ଡ୍ରାଇଭର ଏବଂ କଣ୍ଡେକ୍ଟର ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ରାସ୍ତାରେ ଫିଙ୍ଗି ପଳାଇ ଯାଇଥିଲେ । ସକାଳେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ବସ୍ରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ - ମେରଠ
ମେରଠରେ ଗୋଟିଏ ବସରେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଦୁଷ୍କର୍ମ ପରେ ଅଭିଯୁକ୍ତ ଡ୍ରାଇଭର ଏବଂ କଣ୍ଡେକ୍ଟର ମହିଳାଙ୍କୁ ଆପତ୍ତିଜନକ ଅବସ୍ଥାରେ ରାସ୍ତାରେ ଫିଙ୍ଗି ପଳାଇ ଯାଇଥିଲେ । ସକାଳେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଧିକ ପଢନ୍ତୁ...

ତେବେ ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ନିଶା ପଦାର୍ଥ ପିଆଇ ଡ୍ରାଇଭର ଏବଂ କଣ୍ଡେକ୍ଟର ତାଙ୍କ ସହ ଦୁଷ୍କର୍ମ କରିଥିଲେ। ASP ଏବଂ CO ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ମହିଳାଙ୍କଠାରୁ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପାଇଥିଲେ । ମହିଳା ଜଣକ କହିଛନ୍ତି ଯେ ସେ ପ୍ରୟାଗରାଜର ବାସିନ୍ଦା ଏବଂ ସେ ସରଧନା ଏକ ଗାଁରେ ବିବାହ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ମହିଳା ଜଣକ ତାଙ୍କ ପିତାମାତାଙ୍କୁ ଭେଟିବା ପାଇଁ ପ୍ରୟାଗରାଜ ଯାଉଥିଲେ, କିନ୍ତୁ ଡ୍ରାଇଭର ଏବଂ କଣ୍ଡେକ୍ଟର ତାଙ୍କ ସହ ଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗି ପଳାଇ ଯାଇଥିଲେ।
ବର୍ତ୍ତମାନ ପୋଲିସ ନିକଟସ୍ଥ ସମସ୍ତ ସିସିଟିଭି କ୍ୟାମେରା ଯାଞ୍ଚ କରୁଛି । ତେବେ ମହିଳା ବର୍ତ୍ତମାନ କିଛି କହିବାର ସ୍ଥିତିରେ ନାହାଁନ୍ତି ଏବଂ ଯେତେବେଳେ ମହିଳା ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରିବେ ସେତେବେଳେ କିଛି କୁହାଯାଇପାରିବ ବୋଲି ମେରୁଠ ଡକ୍ଟର ଇରଜ ରାଜା ଏବଂ ଏଏସପି କହିଛନ୍ତି ।